ନୂଆଦିଲ୍ଲୀ,୨୦/୦୯: ନୋଏଡାରେ ବଡ଼ ଧରଣର ଦୁର୍ଘଟଣା । ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି ଦୁର୍ଘଟଣରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ ଓ ସ୍ଥାନୀୟ ଲୋକେ ମିଶି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଓ ଜେସିବି ମେସିନ୍କୁ ନିୟୋଜିତ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |