ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୬।୩: ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ ଦାବିଦାର ବୋଲି ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକୁ ପ୍ରଶଂସା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ନୀତି ଯୋଗୁ ଭାରତ ଏକ ଧନୀ ଏବଂ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି। ଭାରତକୁ ଶାନ୍ତିର ଉତ୍ତରାଧିକାରୀ ବୋଲି କହି ଆସଲେ ଟୋଜେ କହିଛନ୍ତି ଯେ, ଭାରତ ଏକ ମହାଶକ୍ତି ହେବାକୁ ଯାଉଛି। ଯୁଦ୍ଧ ବନ୍ଦ କରିବା ତଥା ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସବୁଠାରୁ ବିଶ୍ୱସ୍ତ ନେତା। ଦୁନିଆର ପ୍ରତ୍ୟେକ ନେତା ଶାନ୍ତି ପାଇଁ କାର୍ଯ୍ୟ କରିବା ଉଚିତ ଏବଂ ନରେନ୍ଦ୍ର ମୋଦିଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କର ଏହା କରିବାର ଅଧିକ ଦକ୍ଷତା ରହିଛି। ପ୍ରଧାନମନ୍ତ୍ରୀ ମୋଦି ଜଣେ ଏମିତି ନେତା, ଯିଏ କେବଳ ଭାରତ ତଥା ଏହାର ଅର୍ଥନୀତିର ଉନ୍ନତିର ଯତ୍ନ ନେଉନାହାଁନ୍ତି ବରଂ ବିଶ୍ୱର ବିଭିନ୍ନ କାର୍ଯ୍ୟରେ ସହଯୋଗ କରନ୍ତି। ଆସଲେ ଟୋଜେ ନରୱେ ନୋବେଲ କମିଟିର ଉପନେତା ଅଛନ୍ତି। ନୋବେଲ ଶାନ୍ତି ପୁରସ୍କାର ବିଜେତା ହିଁ କମିଟି ସ୍ଥିର କରନ୍ତି। ଏହି କମିଟି ଭାରତରେ ପହଞ୍ଚିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: