ନୂଆଦିଲ୍ଲୀ ୦୨।୦୯: ନୌସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ବିମାନ ‘ଆଇଏନଏସ ବିକ୍ରାନ୍ତ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବିମାନବାହୀ ଯୁଦ୍ଧଜାହାଜକୁ ଜଳାବତରଣ କରିଛନ୍ତି । ଯାହା ଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ଘଟିଛି । ଏହା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୌସେନା ମୁଖ୍ୟ ମଧ୍ୟ ସାମିଲ ଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ନୌସେନା ପାଇଁ ବଜେଟ୍ ବୃଦ୍ଧି କରିଛନ୍ତି । ଅନେକ ନୂଆ ନୂଆ ଯୋଜନା ହାତକୁ ନିଆଯାଇଛି । ବିକ୍ରାନ୍ତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବ । ସୁରକ୍ଷା ପାଇଁ ନିୟୋଜିତ ହେବ । ଏହା ଭାରତର ସଫଳତାର ଏକ ପରିଚୟ ହେବ । ଏହା ଦେଶର ସାମର୍ଥ୍ୟର ପ୍ରତୀକ ଅଟେ । ଆଜି ଇତିହାସ ବଦଳିବା ଭଳି କାମ କରାଯାଇଛି ।ଏହାସହ ସେ ନୌସେନାର ନୂଆ ଧ୍ୱଜ ମଧ୍ୟ ଅନାବରଣ କରିଛନ୍ତି । ଯାହା ଛତ୍ରପତି ଶିବାଜୀଙ୍କ ଦ୍ୱାରା ପ୍ରେରିତ ।‘ଆଇଏନଏସ ବିକ୍ରାନ୍ତ’ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି। ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି ‘ଆଇଏନଏସ ବିକ୍ରାନ୍ତ’। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ଏହା ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ଏହା ପ୍ରତୀକ। ଏହା ଦେଶକୁ ଏକ ନୂଆ ବିଶ୍ୱାସରେ ଭରି ଦେଇଛି। ଆଜି ଠାରୁ ଭାରତ ଗୁଲାମୀର ବୋଝ ଅପସରି ଯାଇଛି। ଭାରତୀୟ ନୌସେନାର ଶକ୍ତି ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱକୁ ସଶକ୍ତ ଭାରତର ଆବଶ୍ୟକତା ରହିଛି। ନୌସେନାର ନୂଆ ଧ୍ୱଜ ନୂଆ ଶକ୍ତି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଚି ସିପ୍ୟାର୍ଡରେ ବିକ୍ରାନ୍ତକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଆଇଏନଏସ ବିକ୍ରାନ୍ତ’ ସମର୍ପିତ ହୋଇଛି। ସେ ଆହୁରି କହିଛନ୍ତି ଯେ, ଆଇଏନଏସ ଦେଶରେ ନୂଆ ବିଶ୍ୱାସ ସୃଷ୍ଟି କରିଛି । ସ୍ୱଦେଶ ଜ୍ଞାନକୌଶଲରେ ଏତେ ବଡ ଏୟାରକ୍ରାଫ୍ଟ କ୍ୟାରିଅର ନିର୍ମାଣ ହେବା ଗୈରବର କଥା । ଏହା ଆତ୍ମନିର୍ଭର ଭାରତର ମଧ୍ୟ ପ୍ରତୀକ ଅଟେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |