ପାରାଦୀପ ୨୨।୧୧ : ନୌସେନା ପକ୍ଷରୁ ପାରାଦୀପ ବନ୍ଦରରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ|ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଲାଗିଲା ଯୁଦ୍ଧ ଜାହାଜ। ଏହି ବିଶାଳକାୟ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଘଡିଆଲ ବନ୍ଦରରେ ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ନୌସେନା ପକ୍ଷରୁ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ଏହାଦ୍ଵାରା ପାରାଦୀପର ବିଭିନ୍ନ ଲୋକ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏଫ୍ବି ୨ ବର୍ଥରେ ଏହି ଯୁଦ୍ଧ ଜାହାଜ ଲାଗିଛି। ଲୋକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ଔଷଧ ଆଣିପାରିବେ ବୋଲି ଜଣାପଡିଛି। ବନ୍ଦର ମଧ୍ୟକୁ ଲୋକମାନଙ୍କୁ ନେବାପାଇଁ ସ୍ଵତନ୍ତ୍ର ବସ୍ର ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |