ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ଚତୁର୍ଥ ଥର ଲାଗି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୨୦/୬: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଚତୁର୍ଥ ଥର ଲାଗି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ସାମ୍ନାରେ ହାଜର ହେବେ । ରାହୁଲଙ୍କୁ ପୂର୍ବରୁ ଏ ନେଇ ତିନି ରାଉଣ୍ଡ ପଚରାଉଚରା କରାଯାଇଛି । ତେବେ ସେ କେନ୍ଦ୍ରୀୟ ଏଜେନ୍ସିକୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ କି ସୋମବାର ପର୍ଯ୍ୟନ୍ତ ଇଡିରେ ହାଜର ହେବାକୁ ସ୍ଥଗିତ ରଖାଯାଉ ବୋଲି । କାରଣ କୋଭିଡରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ମା’ ତଥା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ରହିବା ତାଙ୍କର ଆବଶ୍ୟକ ରହିଛି ବୋଲି ସେ କହିଥିଲେ । ରାହୁଲ ଗାନ୍ଧୀ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଦଳ ଏବେ ଦିଲ୍ଲୀରେ ନିର୍ଦ୍ଧାରିତ ଧାରଣା ସ୍ଥଳ ଜନ୍ତର-ମନ୍ତରରେ ବସିବ । ସେହିଭଳି ଦଳ ତରଫରୁ କେନ୍ଦ୍ରର ନୂଆ ସୈନ୍ୟ ଭର୍ତ୍ତି ଯୋଜନା ଅଗ୍ନିପଥ ବିରୋଧରେ ରବିବାର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ କରିଥିଲା । ଯାହାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଦଳର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଟ୍ବିଟ୍ କରି କହିଛନ୍ତି କି ଦେଶ ସାରା ଏକ ଲକ୍ଷ କଂଗ୍ରେସ କର୍ମୀ ଅଗ୍ନିପଥ ଯୋଜନା ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିଭଳି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କୁ ଭେଟି କଂଗ୍ରେସ ନେତାମାନେ ଦେଶର ଭାବନାକୁ ତାଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!