ହାଇଦ୍ରାବାଦ୍,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ପୁଣି ନିଜ ବ୍ୟାଟିଂର ଚମକ ଦେଖାଇଛନ୍ତି ଶୁଭମନ ଗିଲ୍ । ତାଙ୍କ ଦ୍ବିଶତକ ବଳରେ ନ୍ୟୁଜିଲାଣ୍ଡ ଆଗରେ ୩୫୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ଆଠ ଉଇକେଟ ହରାଇ ୩୪୯ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଶୁଭମାନ ଗିଲ ସର୍ବାଧିକ ୨୦୮ ରନ ସ୍କୋର କରିଥିଲେ।ସେ ୯ଟି ଛକା ଓ ୧୯ଟି ଚୌକା ସହ ୨୦୮ ରନ କରିଥିଲେ । ସେ ୫୦ତମ ଓଭରରେ ସିପଲେଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା । ସେ ଦିନିକିଆରେ ଭାରତ ପାଇଁ ଦ୍ୱିଶତକ ହାସଲ କରିବାରେ ଗିଲ ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇଥିଲେ। ଶୁଭମନଙ୍କ ବ୍ୟତୀତ ରୋହିତ ଶର୍ମା ୩୪, ସୂର୍ଯ୍ୟକୁମାର ଯାଦବ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮ ଏବଂ ୱାଶିଂଟନ ସୁନ୍ଦର ୧୨ ରନ ସ୍କୋର କରିଥିଲେ। ବିରାଟ କୋହଲିଙ୍କୁ ୮ ଏବଂ ଇଶାନ କିଶନ ପାଞ୍ଚ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହେନେରି ଶିପ୍ଲେ ଏବଂ ଡାରେଲ ମିଚେଲ ୨ଟି ଲେଖାଏ ଉଇକେଟ୍ ନେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |