ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍ ହିପ୍‌କିନ୍‌ସ୍‌

ନୂଆଦିଲ୍ଲୀ,୨୫ା୧: ନ୍ୟୁଜିଲାଣ୍ଡକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କ୍ରିସ ହିପକିନ୍ସ । ଆଜି ଔପଚାରିକ ସମାରୋହରେ ‘ଲେବର୍‌ ପାର୍ଟି’ ନେତା କ୍ରିସ୍‌ ହିପ୍‌କିନ୍‌ସ୍‌ ନ୍ୟୁଜିଲାଣ୍ଡ୍‌ର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ନ୍ୟୁଜିଲାଣ୍ଡ୍‌ର ଗଭର୍ଣ୍ଣର୍‌ ଜେନେରାଲ୍‌ ସିଣ୍ଡି କା‌ଇରୋ ତାଙ୍କ ବନ୍ଧୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଆ‌ୟୋଜନ କରିଥିଲେ। ଶପଥ ଗ୍ରହଣ ସମାରୋହରେ ହିପ୍‌ କିନ୍‌ସ୍‌ କହିଛନ୍ତି, ଏ ହେଉଛି ମୋ ଜୀବନରେ ସବୁଠୁ ବଡ଼ ସୁଯୋଗ ଓ ଦାୟିତ୍ବ। ଆଗକୁ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ୍‌ ପ୍ରତି ମୁଁ ପ୍ରସ୍ତୁତି କରୁଛି।ଜେସିଣ୍ଡାଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କ୍ରିସ । କ୍ରିସଙ୍କୁ ଦେଶର ଗଭର୍ଣ୍ଣର ଜେନେରାଲ ୱେଲିଙ୍ଗଟନଠାରେ ଶପଥ ପାଠ କରାଇଛନ୍ତି । ତେବେ ଆଗକୁ ତାଙ୍କ ପାଇଁ ବଡ଼ କର୍ତ୍ତବ୍ୟ କରିବାକୁ ଅଛି । ସେଥିପାଇଁ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ସେ ଅଧିକ ଉତ୍ସାହିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏପରି କହିଛନ୍ତି କ୍ରିସ ।ଏହାଛଡ଼ା, ଦେଶର ଉପପ୍ରଧାନମନ୍ତ୍ରୀ ଭାବେ କାର୍ମେଲ୍‌ ସିପୁଲୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଉପପ୍ରଧାନମନ୍ତ୍ରୀ ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଶାନ୍ତ ମହାସାଗରୀୟ ଦ୍ବୀପର ଐତିହ୍ୟ ଧାରଣ କରିଥିବା ପ୍ରଥମ ମହିଳା। ତାଙ୍କ ପ୍ରତି ବିଶ୍ବାସ ରଖିଥିବାରୁ ସେ ହିପ୍‌କିନ୍‌ସ୍‌ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: