ଲମତାପୁଟ, ୨୨/୦୫ :କୋରାପୁଟ ଜିଲ୍ଲା ପଡୁଆ ଅଞ୍ଚଳରୁ ଉତରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୋରାପୁଟ ଏସପି ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ.ଡ଼ି.ପିଓଙ୍କ ନେତୃତ୍ଵରେ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ହିକିମପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକକୁ ଅଟକାଇଥିଲା ପୋଲିସ। ଟ୍ରକରେ ପଇଡ ବୋଝେଇ ଥିବାରୁ ପୋଲିସ ପ୍ରଥମେ ଗାଡିକୁ ଛାଡିଦେଉଥିଲା। ହେଲେ ଗାଡି ନମ୍ବର ମେଳ ଖାଉନଥିବାରୁ ଟ୍ରକରେ ଥିବା ୩ ଜଣ ମଫିଆଙ୍କୁ କାବୁ କରିଥିଲା ପୋଲିସ ।ଏହା ପରେ ପଇଡ ଗୁଡିକୁ ବାହାର କରି ଟ୍ରକକୁ ଯାଞ୍ଚ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଟ୍ରକରୁ ୨୨ଟି ବସ୍ତାରେ ପ୍ରାୟ ୪କୁଇଣ୍ଟା୫୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଗିରଫ ଗଞ୍ଜେଇ ମଫିଆମାନେ ହେଲେ ଉତର ପ୍ରଦେଶ ଆଞ୍ଚଳର ବିପେନ୍ଦ୍ର ସିଂ, ନିତୀଶ ସିଂ ଏବଂ ବିହାର ଅଞ୍ଚଳର ରାଜୁ କୁମାର । ଗଞ୍ଜେଇ ମାଫିଆମାନେ ଏହି ଅଞ୍ଚଳରୁ ବହୁ ବାର ଗଞ୍ଜେଇ ନେଇଥିବା ପୋଲିସ ଆଗରେ ସ୍ଵୀକାର କରିଥିବା ବେଳେ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସକୁ କହିଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |