ରାଜକନିକା,୧ା୬(ଓଡିଆନ ମିଡିଆ): ଏକ ପଞ୍ଚ ତାରକା ହୋଟେଲର କକ୍ଷ ପରି ଭ୍ରମ ସୃଷ୍ଟି କରୁଛି କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍ ଅନ୍ତର୍ଗତ ସାତଗଚ୍ଛିଆ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ରଙ୍ଗୀନ ଚିତ୍ରପଟ୍ଟ ସହିତ ଆଲୋକମାଳାରେ ଝଲସିଉଠୁଛି । ଏହା ସହିତ ଅତ୍ୟାଧୁନିକ ବେଂଚ ଡ଼େକ୍ସ ଏବଂ କଳାପଟା ଖୁବ୍ଆକର୍ଷଣୀୟ ହୋଇପାରିଛି ।ସ୍କଉଳ ପରିସରରେ ଫୁଲଫୁଟି ବାରି ିହୋଇପଡ଼ୁଛି ଅତ୍ୟାଧୁନିକ ବକୁଳବନର ଦୃଶ୍ୟରାଜି । ରାଜକନିକା ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ପ୍ରଚେଷ୍ଠାରେ ଏହି କାର୍ଯ୍ୟ ଖୁବ୍ ସୁନ୍ଦର ହୋଇପାରିଛି । ତାଲା ବନ୍ଦ ସମୟରେ ନରେଗା ଯୋଜନାରେ ଗ୍ରାମୀଣ ଶ୍ରମିକ ମାନଙ୍କୁ କର୍ମନିଯୁକ୍ତି କରିବା ସହିତ ବିଦ୍ୟାଳୟକୁ ଅଧିକ ଆକଷୟଣୀୟ କରାଯାଇପାରୁଛି । ଏ ଦିଗରେ ବିଡ଼ିଓଶ୍ରୀ ମହାନ୍ତି ଅହରହ ଲାଗିପଡ଼ିଛନ୍ତି । ବେକଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ, ରାଜକନିକା ବ୍ଲକ୍ର ସମସ୍ତ ବିଦ୍ୟାଳୟକୁ ଆକଷୟଣୀୟ କରାଯିବା ନେଇ ବିଡ଼ିଓ ଶ୍ରୀମହାନ୍ତି କହିଛନ୍ତି । ଏ ଦିଗରେ ଯନ୍ତ୍ରୀ ପ୍ରଦୀପ୍ କୁମାର ଝାଙ୍କର ଅଧିକ ମନୋବଳ ଦେଇ କାର୍ଯ୍ୟରେ ଲାଗିରହିଛନ୍ତି । ଯାହାକି ଏହି ବିଦ୍ୟାଳୟର କକ୍ଷକୁ ଯେକେହି ଦେଖଣାହାରୀ ଦେଖିଲେ ଆଖି ଝଲସି ଉଠିବ । ପୁଣି ଥରେ ଶ୍ରେଣୀ ଗୃହରେ ବସି ପାଠ ପଢ଼ିବା ପାଇଁ ମନବଳାଇବ ନିଶ୍ଚୟ । ହେଲେ ଏବେ କରେନା ମହାମାରୀ ସମୟରେ ବିଦ୍ୟାଳୟ ଗୁଡ଼ିକ ବନ୍ଦ କରିଥିବା ବେଳେ ଏହାର ଉନ୍ନତି କରଣ କରିବାରେ ସରକାର ଲାଗିପଡ଼ିଛନ୍ତି । ଏହି ବିଦ୍ୟାଳୟର ମନୋମୁଗ୍ଧକର ସୁଦୃଶ୍ୟ କକ୍ଷ ଏବଂ ବିଦ୍ୟାଳୟକୁ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଟୁଇଟ୍ କରି ପ୍ରଶଂସା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |