ପଞ୍ଚଭୂତରେ ବିଲୀନ ହେଲେ ତପୁ

ଭୁବନେଶ୍ୱର,୨୦/୬ : ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି। ଅଭିନେତ୍ରୀ ଏଲିନା ଦାସ, ଉଷାସୀ ମିଶ୍ର,ରାଖି,ସୋଫିଆ ଆଲାମ, ଅଭିନେତା ବୁଲୁ ପ୍ରମୁଖ ତପୁଙ୍କ ଶେଷ ଦର୍ଶନ କରିଥିଲେ। ଆଜି ତପୁଙ୍କ ବାସଭବନରେ ପ୍ରଥମେ ତାଙ୍କ ବନ୍ଧୁ ପରିଜନମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ସତ୍ୟନଗର ଶ୍ମଶ।ନକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କୋଭିଡ ପରେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ୩୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଲୋକପ୍ରିୟ ଓ ସଫଳ କଣ୍ଠଶିଳ୍ପୀ ଭାବେ ସେ ସ୍ୱନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ଓଲିଉଡ, ବରିଷ୍ଠ ଅଭିନେତାଙ୍କ ସହ ଅନେକ କଳାକାର,କଣ୍ଠଶିଳ୍ପୀ ଓ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!