ପୁରୀ ,୩।୩: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ପଞ୍ଚଭୂତରେ ଲୀନ ହେଲେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ସାଇ ପିଣ୍ଟୁଙ୍କୁ ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ସାଥି କଳାକାର ତାଙ୍କୁ ଶେଷ ଦର୍ଶନ କରିଥିଲେ|ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ଶ୍ରୀୟାନ୍ସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା। ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ସ୍ବର୍ଗଦ୍ୱାର ଫାଟି ପଡ଼ୁଥିଲା। ତାଙ୍କ ଶେଷକୃତ୍ୟ ଦେଖିବା ପାଇଁ ସ୍ବର୍ଗଦ୍ୱାରରେ ଜନସାଧାରଣଙ୍କ ଭିଡ଼ ଜମିବା ସହ ଓଲିଉଡ୍ର କେତେକ ବରିଷ୍ଠ କଳାକାର ଉପସ୍ଥିତ ରହି ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଏହି ସମୟରେ ଅଭିନେତା ବବି ମିଶ୍ର, ଗୁଡ଼ୁ, ରାନୀ, ପ୍ରିୟଦର୍ଶିନୀ, ମିଟୁ ମିଥୁନ, ବସନ୍ତ ନାୟକ, ସମୀର ଶତପଥୀଙ୍କ ଭଳି ଅନେକ ବରିଷ୍ଠ କଳାକାର ନିର୍ଦ୍ଦେଶ ଉପସ୍ଥିତ ରହିଥିଲେ। ସୂଚନା ମୁତାବକ, ଅପରାହ୍ନ ୧ଟା ୪୦ରେ ପିଣ୍ଟୁଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ପହଞ୍ଚିଥିବା ବେଳେ ପାଖାପାଖି ୨ଟା ୫୦ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |