ପଞ୍ଚସୂତ୍ର ନିୟମ ଉଲଂଘନ,୫ ଦୋକାନ ସିଲ

ବ୍ରହ୍ମପୁର,୧୯/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲା ପାଳଙ୍କ ପଞ୍ଚସୂତ୍ର ନିୟମ ଉଲଂଘନ କରିବା ଫଳରେ ୫ଟି ଦୋକାନ ସିଲ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୬ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି l ଆଜି କନିସି ତହସିଲ ଅଞ୍ଚଳର ରଣ୍ଢl ଓ କନିସି ଅଞ୍ଚଳରେ କିଛି ଡ୍ରେସ ଦୋକାନ, ହୋଟେଲ, ଜୋତା ଦୋକାନ ପଞ୍ଚସୁତ୍ର ନିୟମକୁ ଉଲଂଘନ କରିଥିବାରୁ ସେମାନଙ୍କ ଦୋକାନକୁ ସିଲ କରିବା ସହ ଜୋରିମାନା ଆଦାୟ କରାଯାଇଛି l ଆଜିର ଏହି ଚଢ଼ାଉ ବେଳେ ଉପଖଣ୍ଡ ମାଜିଷ୍ଟ୍ରର ସତ୍ୟ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୋଦ ବେହେରା, କନିସି ତହସିଲଦାର ତାପସ ରାଉତ ସମେତ ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!