ପଞ୍ଚ ଭୂତରେ ବିଲୀନ ହେଲେ ଗାୟକ KK

ମୁମ୍ବାଇ ୦୨/ ୦୬ :  ପଞ୍ଚ ଭୂତରେ ବିଲୀନ ହେଲେ  ଗାୟକ  କ୍ରିଷ୍ଣାକୁମାର କୁନ୍ନଥ୍‌ । କେକେଙ୍କୁ ମୁଖାଗ୍ନୀ ଦେଇଛନ୍ତି ତାଙ୍କ ପୁଅ। କୋଟି କୋଟି ସଙ୍ଗୀତ ପ୍ରେମୀଙ୍କୁ ଯାଦୁଗରୀ ସ୍ବରରେ ମତୁଆଲା କରୁଥିଲା କେକେ ସମସ୍ତଙ୍କୁ ଅଲବିଦା କହିଛନ୍ତି । କୋଲକାତାରେ ଦେହାନ୍ତ ପରେ ଗୁରୁବାର ବର୍ସୋଓ୍ବା ଶ୍ମସାନରେ ଶେଷ ହୋଇଛି କେକେ ଙ୍କ ଅନ୍ତିମ ସଂସ୍କାର । ବଲିଉଡର ଅନେକ ତାରକା ତଥା କଣ୍ଠଶିଳ୍ପୀମାନେ ଶେଷ ଦର୍ଶନ କରିବା ସହିତ ଶ୍ମସାନ ଘାଟକୁ ଯାଇ କେକେ ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି । ତେବେ ବହୁ ବଲିଉଡ ତାରକା କେକେଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସିଙ୍ଗର ଶିଳ୍ପା ରାଓ, ଅରବିନ୍ଦର ସିଂହ, ବିଶାଲ ଭରଦ୍ଵାଜ, ଶ୍ରେୟା ଘୋଷାଲ, ଅଳକା ୟାଗ୍ନିକ, ଜାବେଦ ଅଲ୍ଲୀ, ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ରାହୁଲ ବୈଦ୍ୟ, ଉଦିତ୍ ନାରାୟଣ, ସଲୀମ ମର୍ଚେଣ୍ଟ ଆଦି ବହୁ କଳାକାର କେକେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ବାସଭବନରେ ପହଞ୍ଚିଥିଲେ। ମଙ୍ଗଳବାର କୋଲକାତାରେ ଏକ କନସର୍ଟରେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ଅଚାନକ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର କେକେଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁଁ ୫୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: