ପଟ୍ଟାମୁଣ୍ଡାଇ ମିନତୀ ଜେନା ହତ୍ୟା ଘଟଣାର ପର୍ଦାଫାସ କଲେ କେନ୍ଦ୍ରାପଡ଼ା ଏସ୍ ପି

ପଟ୍ଟାମୁଣ୍ଡାଇ,୨୨/୮(ଓଡିଆନ ମିଡ଼ିଆ):ପଟ୍ଟାମୁଣ୍ଡାଇ ଅରଡ଼ପଲି ଗାଁର ମିନତୀ ଜେନା ହତ୍ୟା ଘଟଣାର ଆଜି କେନ୍ଦ୍ରାପଡା ପୋଲିସ ପର୍ଦାଫାସ କରିଛନ୍ତି । ମୃତ ମିନତୀ ଜେନାର ସାନ ପୁଅ ସତ୍ୟଜିତ ଜେନା ର ସାଙ୍ଗ ତଥା ପଡୋଶୀ ଅନିଲ ଜେନା ମିନତୀ ଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ମିନତୀ ଙ୍କ ଘରେ ଅଧିକ ଟଙ୍କା ଥିବା ଜାଣି ଅନିଲ ଜେନା ଯୋଜନା ମୁତାବକ ଅନ୍ୟ ୬ ଜଣ ସହଯୋଗୀ ଙ୍କ ଦ୍ଵାରା ହତ୍ୟା ଲୁଟ କରିଥିବା କେନ୍ଦ୍ରାପଡା ଏସ୍ପି ନିତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ୧୭ତାରିଖ ରେ ଦିନ୧ ରେ ନିକଟସ୍ଥ ଦୋକାନ ରୁ ମିଠା ନେଇ ବନ୍ଧୁ ହିସାବରେ ଯାଇ ଘରେ ପଶି ଲୁଟ ଉଦ୍ୟମ କରିଥିଲେ ତେବେ ଏହାକୁ ମିନତୀ ଜେନା ତାକୁ ପ୍ରତିବାଦ କରିବାରୁ ମିନତୀ ଙ୍କୁ ଛାତି ରେ ଓ କାନ୍ଧ ରେ ଏକ ଧାରୁଆ ଛୁରୀ ରେ ଆଘାତ କରିଥିଲେ , ଘଟଣା ସ୍ଥଳରେ ମିନତୀ ଙ୍କ ର ମୃତ୍ୟୁ ହୋଇଥିଲା । କେନ୍ଦ୍ରାପଡା ପୋଲିସ ଅନିଲ ଙ୍କ ସମେତ  ୭ ଜଣ ଙ୍କୁ ଗିରଫ କରିବା ସହ ୫ ଟି ମୋବାଇଲ ଫୋନ , ନଗଦ୫ ଲକ୍ଷ ୬୪ ହଜାର ଟଙ୍କା ,୫ ଟି ବାଇକ , ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ କରିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: