ମୁନିଗୁଡ଼ା,୯/୩ (ନନ୍ଦ କିଶୋର ପଟ୍ଟନାୟକ ):ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସୁଭଦ୍ରା ଉଦ୍ଧବ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ସ୍ବେଛାସେବୀ ଅନୁଷ୍ଠାନ ଶିକ୍ଷା ସନ୍ଧାନ ଓ ଅଜିମ ପ୍ରେମଜୀ ଫିଲାନ ଥରୋପିକ ଇନିସିଏଟିବର ମିଳିତରେ ସମନ୍ୱିତ ଶିଶୁ ବିକାଶ ଯୋଜନା ସହ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ମାନଙ୍କ ସହ ବ୍ଲକ ସ୍ତରୀୟ ପଡ଼ାପୃଷ୍ଟି କାର୍ଯ୍ୟକ୍ରମର ସଫଳ ପରିଚାଳନା ସମ୍ପର୍କରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବେଛାସେବୀ ଅନୁଷ୍ଠାନ ଶିକ୍ଷା ସନ୍ଧାନର କାର୍ଯ୍ୟକ୍ରମ ଅଧିକାରୀ ଚନ୍ଦନ କୁମାର ସିଂ ଓ ପ୍ରକଳ୍ପ ସଂଯୋଜକ ଅନନ୍ତ କୁମାର ସାମନ୍ତଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୁନିଗୁଡା ସିଡିପିଓ ସୁନୀଲ ପ୍ରଭା ରଥ,ପରିଦର୍ଶିକ ଜାନବୀ ବାଉରୀ, ରୀନା ରାଉତ, ପ୍ରମିଳା ପାଣି, ମହନାବତୀ ମୁଟୁକା,ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ସାମ୍ବାଦିକ ମନରଞ୍ଜନ ଦଳାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବ୍ଲକରେ ୧୪ ଗ୍ରାମପାୟତ୫୫ଟି ଅଙ୍ଗନବାଡ଼ି କେନ୍ଦ୍ର ସହିତ ଜଡ଼ିତ୧୪୩ଟି ପଡ଼ା ଗ୍ରାମରେ ପରିଚାଳିତ ପଡ଼ାପୃଷ୍ଟି କାର୍ଯ୍ୟକ୍ରମ କିପରୀ ଆଗାମୀ ଦିନରେ ସୂଚାରୁ ରୂପେ ପରିଚାଳନା ହୋଇ ସଫଳ ହେବ ସେନେଇ ଆଲୋଚନା କରିଥିଲେ l ପରେ ରମେଶ ସାହୁ ଅପପୃଷ୍ଟିର କାରଣ ଏବଂ ନିରାକରଣ ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ଅବଗତ କରାଇଥିଲେ। ପରେ ଉପସ୍ଥିତ ଥିବା ଅଙ୍ଗନବାଡି କର୍ମୀ ମାନେ ଦୁର୍ବଳ ଶିଶୁ, ଗର୍ବବତୀ ଏବଂ ପ୍ରସୂତି ମହିଳାମାନଙ୍କ ପାଇଁ ଅଭିପ୍ରେତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ-ବିଦ୍ୟାଳୟ ଶିକ୍ଷା,ପ୍ରାଥମିକ ଚିକିତ୍ସା ସେବା ରନ୍ଧା ଖାଦ୍ୟ ଯୋଗାଣ ଘରର ନିହାତି ଆବଶ୍ୟକ ଥିବା ମତ ଦେଇଥିଲେ। ଏହି ଅବସରରେ ଅପହଞ୍ଚ ଅଞ୍ଚଳ କୁଟୁରୁ ଘାଟିର ସ୍ୱୟଂ ସାହାୟକା ଅଞ୍ଜଳି ସିକକା,ରୁଧେ ସିକକା ଏବଂ ସଞ୍ଜୁ ବଡ଼କାଙ୍କୁ ସଂଘଠନ ପ୍ରଦତ୍ତ ସାମ୍ବାଦିକ ଧନୁ କୁସୁଲିଆ ଓ ଲାଡି ଶଙ୍କରଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଦିଲୀପ ଓଝା, ସୁବାଷ କୁଲେସିକା,ଜୟଦେବ ମାଝୀ, ତ୍ରିପତି କିଲାକା, ସନ୍ତୋସିନୀ ଗୌଡ଼, ନୀଳମାଧବ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |