ପଡିଆରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ,୭୦ ଘର ଚୁରମାର

ମାଲକାନଗିରି,୨୩/୦୫( ଶ୍ରୀନିବାସ ପଣ୍ଡା/ଭିକି ବାରିକ) :ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକରେ ଦେଖିବାକୁ ମିଳିଛି କାଳବୈଶାଖୀର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଗତ ଦୁଇ ଦିନ ଧରି ଲାଗି ରହିଥିବା ଏହି କାଳବୈଶାଖୀର ଝଡ଼ ଆଜି ମାଲକାନଗିରି ଜିଲ୍ଲା ଉପାନ୍ତ ଛତିଶଗଡ଼ ନିକଟ ପଡିଆ ବ୍ଲକରେ ଦେଖିବାକୁ ମିଳିଛି, ଏହି କାଳବୈଶାଖୀର ଭୟଙ୍କର ରୁପ। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଦୁଇ ଟା ବେଳେ ପଡିଆ ବ୍ଲକ ଆଡେର ଆକାଶରେ କଳା ହାଣ୍ଡିଆ ମେଘ ଘଟିଥିଲା। ଏହା ପରେ ହଠାତ ଏକ କାଳବୈଶାଖୀର ଝଡ଼ ଆସି ପାଖାପାଖି ୬୦ ରୁ ୭୦ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର କରିଦେଇଥିଲା। ଟିଣ ଅଜବେଷ୍ଟ ଠୁ ଆରମ୍ଭ କରି ଗୃହ ଉପକରଣ ଆଦି ଉଡିବାକୁ ଲାଗିଲା। ଝଡର ବେଗ ଏତେ ବଡ ଥିଲାଯେ ଲୋକମାନେ ଜୀବନ ହାନି ଆଶଙ୍କାରେ ଭୟଭୀତ ହୋଇ ପଡ଼ିଥିଲେ। କୌଣସି ଲୋକର ଜୀବନ ହାନି ଘଟି ନ ଥିବା ସୂଚନା ମିଳିଛି । ଏହି କାଳବୈଶାଖୀ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକମାନେ ହେଲେ ସି.ଏଚ. ମୋସେ, ଗୁଣ୍ଡାମ ଯାନ ବାବୁ, ବି. ଦେବା ଦାନମ, ୱାନ୍ତାଲ ଆବାଦନିକ, ୱାନ୍ତାଲ ସେଦରକ, ଜି. ବିନୋଦ, ପେଦି ବିଜୟ, ଆଦି ଆନନ୍ଦ କୁମାର, ଏନ. ରବି କୁମାର, ରାଜେନ ମାଧବ, ଗୁଣ୍ଡାମ ବିନୋଦ, ସି.ଏଚ. ପ୍ରଭାକର, ସି.ଏଚ. ବିନୋଦ, ସି.ଏଚ. ସରୋଜ। ଆହୁରି ଅନେକ ଘରଦ୍ୱାର ମଧ୍ୟ କ୍ଷତିଗ୍ରସ୍ତ ହେଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରଥମେ ଅଳ୍ପ ଅଳ୍ପ ବର୍ଷା ହେଉଥିଲା ଆଉ ହଠାତ କୁଆଡୁ ଗୋଟିଏ ଭୟଙ୍କର ଝଡ଼ ଆସି ଏହିପରି ଭୟଙ୍କର କ୍ଷୟକ୍ଷତି ଘଟାଇଛି, କାହାର ଘରର ଟିଣ ଉଡି ଯାଇଛି, କାହାର ଘରର କାନ୍ଥ ଭୁଶୁଡି ପଡିଛି, କାହା ଘରେ ଗଛ ଉପୁଡି ପଡିଛି, କାହାର ଅଟୋ ଭ୍ୟାନ ଗାଡି ଉପରେ ଗଛ ଡାଳ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି କି ଯେ ଏହି କରୋନା ସମୟରେ ଏହିଭଳି ବିପର୍ଯ୍ୟୟର କ୍ଷୟକ୍ଷତି ପରେ ସେମାନେ ଏବେ କୁଆଡେ ଯିବେ, ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ ସେମାନଙ୍କ ପାଖରେ ଯଥାଶୀଘ୍ର ସହାୟତା ଯୋଗାଇ ଦିଆଯାଉ ।

WhatsApp Image 2021 05 23 at 9.08.37 PM 1 WhatsApp Image 2021 05 23 at 9.08.38 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: