ଯାଜପୁର,୨/୬: ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲି ପଞ୍ଚାୟତ ମହମଦାପୁର ପଡିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମହମଦାପୁରର କଣ୍ଟିଆ ସାହିର ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ (୨୮) ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରୁ ବିଦ୍ୟାଧର ଘରୁ ବାହାରି ପରେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ଵେ ତାଙ୍କୁ ପାଇ ନଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ ପଡିଆରେ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ରାଜକିଶୋରଙ୍କୁ କେହି ହତ୍ୟା କରି ମାରିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଯାଜପୁର ସଦର ଥାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |