ପଡିଆରେ ଫୁଟବଲ ଖେଳିଲେ ଭାଲୁ

ନବରଙ୍ଗପୁର,୧୨/୯:  ପଡିଆରେ ଫୁଟବଲ ଖେଳିଲେ ଦୁଇଟି ଭାଲୁ। କେତେବେଳେ ମୁଣ୍ଡରେ ତ ଆଉ କେତେବେଳେ ଗୋଡ଼ରେ ମାରି ଫୁଟବଲ ଖେଳିଲେ। ଶେଷରେ ସେହି ଫୁଲବଲକୁ ଭାଲୁ ଦୁଇଟି ସାଙ୍ଗରେ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ମୂର୍ତ୍ତୃମା ପଞ୍ଚାୟତ ଶୁଖିଗାଁରେ।ସୂଚନା ମୁତାବକ ଆଜି ସକାଳେ ସୁକିଗାଁ ପଡ଼ିଆ ରେ ପ୍ରତିଦିନ ଭଳି ଗ୍ରାମ ର ପିଲା ମାନେ ଫୁଟବଲ ଖେଳିବାକୁ ଯାଇଥିଲେ। ସମସ୍ତେ ଖେଳୁଥିବା ସମୟରେ ହଟାତ ଦୁଇଟି ଭାଲୁ ଜଙ୍ଗଲ ମଧ୍ୟରୁ ଆସି ପଡିଆ ମଧ୍ୟଭାଗକୁ ପଶି ଆସିଥିଲେ। ପଡିଆରେ ଖେଳୁଥିବା ପିଲାମାନେ ଭୟରେ ଫୁଟବଲକୁ ଛାଡି ପଳାଇଥିଲେ। ଏହାପରେ ଉଭୟ ଭାଲୁ ଫୁଟବଲକୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ଦୀର୍ଘ ସମୟ ଧରି ପଡିଆ ଭିତରେ ଦୁଇଟି ଭାଲୁ ବଲକୁ ଧରି ଖେଳି ଚାଲିଥିଲେ। ଭାଲୁ ଦୁଇଟି ଫୁଲଟଲ ଖେଳିବା ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରଲ ହେବାରେ ଲାଗିଛି, ଯାହା କି ସ୍ଥାନୀୟ ପିଲାମାନେ ଭାଲୁଙ୍କ ଫୁଟବଲ ଖେଳ ଦେଖି ମଜା ନେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: