ପଡିଆ ବ୍ଲକ ସିମିଳି ବାଞ୍ଛାରେ ହେବ ଶ୍ରୀମଦ ଭାଗବତ ପ୍ରବଚନ 

ମାଲକାନଗିରି,୨୩/୧:ମାଲକାନଗିରି ଜିଲ୍ଲା ସିମିଳି ବାଞ୍ଛା ଗ୍ରାମରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀମଦ ଭାଗବତ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଦୀର୍ଘ ବାର ବର୍ଷ ଧରି ନିରନ୍ତର ଭାବେ ଏହିପରି କାର୍ଯ୍ୟକ୍ରମ ହେଇ ଆସୁଥିବା ବେଳେ,ଚଳିତ ବର୍ଷ ପାଇଁ ଏ କାର୍ଯ୍ୟକ୍ରମର ଆୟୋଜକ ଉତ୍ତମ ମଲ୍ଲିକ ସେବାଟ୍ରଷ୍ଟର କର୍ମକର୍ତ୍ତା ମାନଙ୍କ ନିଷ୍ପତି କ୍ରମେ ବୃନ୍ଦାବନର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରବଚିକା ଦେବୀ ହେମଲତା ଶାସ୍ତ୍ରୀଙ୍କୁ ସାଦର ଆମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଗାମୀ ଫେବୃଆରୀ ବାର ତାରିଖରୁ ଆରମ୍ଭ ହେଇ ଅଠର ତାରିଖ ଯାଏ ଉତ୍ତମ ମଲ୍ଲିକ ସେବା ଟ୍ରଷ୍ଟ ଦ୍ୱାରା ନିର୍ମିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅପରାହ୍ନ ତିନି ଘଟିକା ଠାରୁ ସାନ୍ଧ୍ୟ ଛ ଘଟିକା ପର୍ଯ୍ୟନ୍ତ, ପ୍ରତ୍ୟେକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ସହ ପ୍ରବଚନ କାର୍ଯ୍ୟକ୍ରମ ନିରନ୍ତର ଭାବେ ଅନୁଷ୍ଠିତ ହେବ।

WhatsApp Image 2023 01 22 at 4.54.45 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: