ମୁନିଗୁଡା,୧/୬ (ନନ୍ଦ କିଶୋର ପଟ୍ଟନାୟକ):“ପଢିବା ଓ ଲଢିବା”ର ସ୍ଲୋଗାନକୁ ସଫଳ ଭାବେ ରୂପାୟନ କରିବା ଉଦେଶ୍ୟରେ ରାୟଗଡା ଜିଲ୍ଲା ଅଖିଳ ଭାରତ ଛାତ୍ରସଂଘ ସଭାପତି ମେଘମାଳା କରକରିଆ ଓ ସମ୍ପାଦକ କବିତା ପଲକିଆଙ୍କ ମିଳିତ ନିର୍ଦେଶ କ୍ରମେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର କରଡାବନ୍ଧ,ଅମ୍ବାଦଳା, ଭୁରସିଖୁମା,ଭାଲିଆପଦର, ଗତିଗୁଡା ଆଦି ଗ୍ରାମରେ ଶିକ୍ଷା ସଂପର୍କିତ ବିଭିନ୍ନ ଦାବୀ ନେଇକୁ ନେଇ ଫ୍ଲାଇ କାର୍ଡ ମାଧ୍ୟମରେ ପ୍ରତିବାଦ କରାଯାଇଥିବା ଜଣାପଡିଛି l ଏହି ଅବସରରେ ସମସ୍ତଙ୍କୁ ମାଗଣାରେ ଲାପଟପ୍ ଦିଆଯାଉ,ଆସନ୍ତା ଶିକ୍ଷାବର୍ଷର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ,ଚଳିତ ଶିକ୍ଷାବର୍ଷ ପାଇଁ ସମସ୍ତ ପ୍ରକାରର ଫି’ ଛାଡ କରାଯାଉ, ଶିକ୍ଷାନୁଷ୍ଠାନ କେବେ ଖୋଲାଯିବ କୁହନ୍ତୁ, ନଚେତ୍ ବିକଳ୍ପ ରାସ୍ତା କୁହନ୍ତୁ, ଡିଜିଟାଲ୍ ପାଠାଗାର ଆମର ଦାବୀ,ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟର ପାଠାଗାରକୁ ତୁରନ୍ତ ଖୋଲାଯାଉ,ପାଠ୍ୟକ୍ରମର ୪୦% ଅନଲାଇନ୍ ରେ ପଢାଯିବା ନିଷ୍ପତ୍ତିକୁ ୟୁଜିସି ତୁରନ୍ତ ପ୍ରତ୍ୟାହାର କରୁ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ପ୍ରସ୍ତୁତ କରନ୍ତୁ, ଇନଟରନେଟ୍ ଓ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ଦିଆଯାଉ,ସାର୍ବଜନୀନ ଟୀକାକରଣ ବ୍ୟବସ୍ଥା କରାଯାଉ ବୋଲି ଉପରୋକ୍ତ ଦାବୀଗୁଡିକୁ ନେଇ ଅନଲାଇନ୍ ଜରିଆରେ ରାଜ୍ୟବ୍ୟାପୀ ଏହି ପ୍ରତିବାଦକୁ ସଫଳ କରିବା ସହ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ସଂକଳ୍ପ ନେବା ଏବଂ “ପଢିବା ଓ ଲଢିବା”ର ସ୍ଲୋଗାନକୁ ସଫଳ ଭାବେ ରୂପାୟନ କରିବା ବୋଲି ପ୍ରତିବାଦ ଦାବି କରାଯାଇଥିବା ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମକୁ କମିଟିର ବଳରାମ କୁସୁଲିଆ, କୃପାସିନ୍ଧୁ କୁସୁଲିଆ,ଘାସିରାମ ବାଘ, ସୁଶାନ୍ତ ଟାକ୍ରି,ସୁହାନା, କୁସୁଲିଆ, ନେହା କରକରିଆ,ରୋଜ ଟାକ୍ରି,ରତ୍ନା ସୁନା,ସୋମ୍ୟ ବାଘ ପ୍ରମୁଖ ପରିଚାଳନା ଓ ସହଯୋଗ କରିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |