ଭୁବନେଶ୍ୱର,୧୦।୧:ପଣ୍ୟ କାରବାର କରି ପାରାଦ୍ୱୀପ ବନ୍ଦର ସମଗ୍ର ଦେଶରେ ଥିବା ବୃହତ ବନ୍ଦରର ରେକର୍ଡ ମିଳିଛି । ପଣ୍ୟ କାରବାରରେ ଆଉ ଥରେ ରେକର୍ଡ କରିଛି ପାରାଦୀପ ବନ୍ଦର । ଏହି ସଫଳତାକୁ ଲଗାଇ ଲଗାତର ଷଷ୍ଠ ଥର ପାଇଁ ପାରାଦୀପ ବନ୍ଦର ସଫଳତା ହାସଲ କରିଛି । ୧୦୦ ନିୟୁତ ମେଟ୍ରିକ ଟନ୍ କାରବାର କରିଛି । ପାରାଦୀପ ବନ୍ଦର ଉଭୟ ଆମଦାନୀ ଓ ରପ୍ତାନୀରେ ରେକର୍ଡ ହାସଲ କରିଥିବା ବେଳେ, କ୍ୟାଲେଣ୍ଡର ବର୍ଷ ପୂରିବାକୁ ୪୦ ଦିନ ବାକି ଥାଇ ଏହି ରେକର୍ଡ ହୋଇଛି । ପଣ୍ୟ କାରବାର କରି ପାରାଦ୍ୱୀପ ବନ୍ଦର ସମଗ୍ର ଦେଶରେ ଥିବା ବୃହତ ବନ୍ଦରମାନଙ୍କ ମଧ୍ୟରେ ନୂତନ ରେକର୍ଡ କରିଛି। ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରନାଦ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |