ଭୁବନେଶ୍ୱର, ୧୯/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୀତି । ନାମାଙ୍କନ ପ୍ରକ୍ରିୟା ସରିବା ପରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର । ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଥିବା ବେଳେ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି କଂଗ୍ରେସ । କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ୪୦ ଜଣିଆ ପ୍ରଚାର ତାଲିକାରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହପ୍ରଭାରୀ ଜି ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ ସାମିଲ ଅଛନ୍ତି।ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଭାରୀ ଏ.ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ । ଏହା ସହ ନରସିଂହ ମିଶ୍ର, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଦାସ, ସପ୍ତଗିରି ଉଲ୍ଲାକା, ସୁର ରାଉତରାୟ । ତେବେ ଏହି ଷ୍ଟାର ପ୍ରଚାରକ ତାଲିକାରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନାହିଁ ।ସେହିପରି କଂଗ୍ରେସର ପ୍ରଚାର ତାଲିକାରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ବାଲ, ଭକ୍ତଚରଣ ଦାସ, ସପ୍ତଗିରି ଉଲ୍ଲାକା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ସରତ ରାଉତ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ବର ବେହେରା, ପଂଚାନନ କାନୁନଗୋ, ରମେଶ ଜେନା,ଦାଶରଥୀ ଗମାଙ୍ଗୋ, ଅଧୀରାଜ ମୋହନ ପାଣିଗ୍ରାହୀ, ସିଏସ୍ ରଂଜନ ଏକ୍କା, କିଶୋର ଚନ୍ଦ୍ର ପଟେଲ, ସୁରେନ୍ଦ୍ର ସିଂହ ଭୋଇ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ସଂଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବତା, ଭୁଜବଳ ମାଝୀ, ଅମୀୟ ପଟ୍ଟନାୟକ, ବାଙ୍କନିଧୀ ବେହେରା, ବନ୍ଦିତା ପରିଡ଼ା, ସ୍ମୁତିରଂଜନ ଲେଙ୍କା, ୟଶୀର ନୱାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ହମିଦ ହୁସେନ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |