ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂହଙ୍କ ପରଲୋକ

-ଭୁବନେଶ୍ୱର୦୩/୧୦:ବର୍ତ୍ତମାନ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବିଜେଡି ବିଧାୟକ ତଥା ପଦ୍ମପୁର ବିଧାୟକଙ୍କ ପରଲୋକ ଘଟିଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏକ ଘରୋଇ ହସ୍ୱିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୬୪ ବର୍ଷ ବୟସରେ ଆଖି ବୁଜିଛନ୍ତି ବିଧାୟକ । ପାଞ୍ଚ ପାଞ୍ଚ ଥର ପଦ୍ମପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀଯୁକ୍ତ ବରିହା । ତେବେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହାପରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ବିଧାୟକ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତଦେହ ହସ୍‌ପିଟାଲରୁ ସିଧାସଳଖ ଭାବେ ବିଧାନସଭାକୁ ନିଆଯିବ। ସେଠାରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ ତାଙ୍କର ମରଶରୀର ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ନିଆଯିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ତାଙ୍କର ଜନ୍ମଭୂମି, ପୈତୃକ ଗ୍ରାମ ତଥା ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ପଦ୍ମପୁରକୁ ନିଆଯାଇ ସେଠାରେ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି। +*୧୯୯୦ ରୁ ୨୦୦୦ ଯାଏଁ ସେ ଜନତା ଦଳ ରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ ରୁ ୨୦୦୪ ଏବଂ ୨୦୦୯ ରୁ ୨୦୦୧୪ ଯାଏଁ  ବିଜେଡି ବିଧାୟକ ଥିଲେ । ୨୦୧୯ ରେ ସେ ବିଜେଡି ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବରଗଡ ଜିଲ୍ଲାର ବିଜେଡି ସଭାପତି ଭାବେ ମଧ୍ୟ ଦାଇତ୍ୱ ତୁଲାଉ ଥିଲେ । ବରଗଡ ଗୋଟିଏ ଟାଣୁଆ ନେତା ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀଯୁକ୍ତ ବରିହା କିଡନୀ ରୋଗ ସହିତ ଏହାକଧିକ ରୋଗରେ ପିଡୀତ ଥିଲେ । ତେବେ ଗତକାଲି ଏକ ଘରୋଇ ହସ୍ପିଟାଲରେ ସେ ଦେହତ୍ୟାଗ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: