ପଦ୍ମଶ୍ରୀ ମୋହନ ନାୟକଙ୍କ ୧୦୧ ତମ ଜୟନ୍ତୀ ଉତ୍ସବ ପାଳିତ

ବ୍ରହ୍ମପୁର- (ମନୋଜ କୁମାର ପାତ୍ର)୦୩/୬:ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ସବରେଜିଷ୍ଟ୍ର ଛକଠାରେ ସ୍ବାଧୀନତା ସଂଗ୍ରାମୀ ,ପୂର୍ବତନ ସାଂସଦ ,ପୂର୍ବତନ ମନ୍ତ୍ରୀ ଓ ଠାକର ବାପା ଆଶ୍ରମର ପ୍ରତିଷ୍ଠାତା ପଦ୍ମଶ୍ରୀ ମୋହନ ନାୟକଙ୍କ ୧୦୧ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।ଉକ୍ତ ଉତ୍ସବରେ ପଦ୍ମଶ୍ରୀ ମୋହନ ନାୟଙ୍କ ପରିବାର ବର୍ଗ ଓ ବ୍ରହ୍ମପୁର ନଗର ହାଡ଼ି କୁଳ ମହାସଂଘ ତରଫରୁ ବହୁ ମାନ୍ୟଗଣ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ସ୍ଥାନୀୟ ସବରେଜିଷ୍ଟ୍ରଅଫିସ ଛକ ଠରେ ଥିବା ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟର୍ପଣ କରଯାଇଥିଲା ।ଏହାପରେ ଧାନମେରା ସାହି ସ୍ଥିତ ଗାନ୍ଧୀମଣ୍ଡପଠାରେ ମୋହନବାବୁଙ୍କ ସ୍ମୁତୀଚାରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅଥିତୀ ରୂପେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଡେପୁଟି ମୟେର କେ.ବିବେକ ରେଡି,ମହାନଗର କମିଶନର ସିଦ୍ଧିଶ୍ୱରବଳି ରାମ ବନ୍ଦାର ଓ ପୂର୍ବତନ କରପୋରେଟର ଅନିଲକୁମାର ନାୟକ,ପୂର୍ବତନ ବିଡ଼ଏ ଅଧକ୍ଷ ସୁବାଷ ମହାରଣା, ଯୁବନେତା ବନମାଳୀ ସେଠୀ, ହରିଜନ ନେତା ଶୂନ୍ୟଚନ୍ଦ୍ର ଦାସ ଓ ପ୍ରମୋଦ ମହାରଣ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ମୁତୀ ସଭାରେ ସ୍ମୁତୀଚାରଣ କରିଥିଲେ।ଏଥି ସହ ନଗର ହାଡ଼ି କୁଳ ମହାସଂଘର ପୂର୍ବତନ ସଭାପତି ସୁକାନ୍ତ ମୁଖୀ ,ଦେବେନ୍ଦ୍ର ଘଡେଇ, ଚିନ୍ତାମଣି ନାୟକ,ଯୁବନେତା ଆଇନଜୀବି ପ୍ରଶାନ୍ତ ନାୟକ,ମାଗୁଣି ନାୟକ,ସରୋଜନାୟକ,ବାନମ୍ବର ନାୟକ,ବାଦଲନାୟକ,ଲଲମୋହନବେହେରା,ଫାଗନ ମାଧଇ,ରାଜେଶ ନାୟକ,ପ୍ରଶାନ୍ତ ନାୟକ,ମନୋରଞ୍ଜନ ଲିମାଈ,ସନ୍ତୋଷ ମୁଖୀ,ବାବୁରାଓ ଘଡେଇ,ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: