ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଶାହା ଓ ରାଜନାଥ ସିଂହ

ନୂଆଦିଲ୍ଲୀ, ୧୧/୦୩ : ଆଜି ପବିତ୍ର ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବ ପୀଠ। ତେବେ ମହାଦେବଙ୍କ ଜାଗର ଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହା। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଦେଶବାସୀଙ୍କୁ ମହାଶିବରାତ୍ରୀର ପାବନ ଅବସରରେ ଅନେକ ଅନେକ ଶୁଭକାମନା। ହର ହର ମହାଦେବ ! ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରୀର ପାବନ ଅବସରରେ ହାର୍ଦ୍ଧିକ ଶୁଭକାମନା। ମହାଦେବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ। ଓଁ ନମଃ ଶିବାୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: