ଶ୍ରୀନଗର, ୧୮/୦୬: ପମ୍ପୋରରେ ଏସ୍ଆଇଙ୍କୁ ହତ୍ୟା, ଅପହରଣ ପରେ ଗୁଳି କଲେ ଆତଙ୍କବାଦୀ|ଜମ୍ମୁ କଶ୍ମୀର ପୋଲିସର ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କ ମୃତଦେହ ଧାନ ଖେତରୁ ଉଦ୍ଧାର ହୋଇଛି । ଏସ୍ଆଇଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଯେ, ଆତଙ୍କବାଦୀମାନେ ଅପହରଣ କରି ଏହି କାଣ୍ଡ କରିଛନ୍ତି । ମୃତଦେହ ଦେଖି ପୋଲିସ ଅନୁମାନ କରୁଛି ଯେ, ପ୍ରଥମେ ଏସ୍ଆଇଙ୍କୁ ଅପହରଣ କରାଯାଇଥିଲା ଏବଂ ନିର୍ଜନ ସ୍ଥାନରେ ହତ୍ୟା କରି ଖେତରେ ଫିଙ୍ଗି ଦେଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ପୋଲସ କହିବା ଅନୁସାରେ ଘଟଣାସ୍ଥଳରୁ ପ୍ରମାଣପତ୍ର ସଂଗ୍ରହ କରାଯାଉଛି । ମୃତକ ଏସ୍ଆଇ ହେଲେ ପମ୍ପୋର ଜିଲ୍ଲା ସମ୍ବୁରା ନିବାସୀ ଗନୀ ମୀରଙ୍କ ପୁଅ ଫାରକ ଅହମଦ ମୀର । ସେ ୨୩ ବିଏନ ଆଇଆରପିରେ ଓଏସଆଇ ରୂବେ ମୁତୟନ ଥିଲେ । ପ୍ରାଥମିକ ତଦନ୍ତ ସମୟରେ ହୃଦୟ ନିକଟେରେ ଏକ ଗୁଳିର ଚିହ୍ନ ଦେଖିବାକୁ ମିଳିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |