ନୂଆଦିଲ୍ଲୀ,୨୩।୧ : ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜର ନାମକରଣ| ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରାଯାଇଛି। ପରାକ୍ରମ ଦିବସରେ ପୂର୍ବାହ୍ନ ୧୧ଟାରେ ଭିଡ଼ିଓ କନଫେରନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ଯୋଗଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏସବୁ ଦ୍ୱୀପର କୌଣସି ନାମ ନ ଥିଲା। ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜର ନାମକରଣ ହୋଇନଥିବା ୨୧ଟି ବୃହତ ଦ୍ଵୀପପୁଞ୍ଜର ହେବ ନାମକରଣ। ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୨୩ ପୂର୍ବାହ୍ନ ୧୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ଵୀପରେ ନେତାଜୀଙ୍କ ନାମରେ ସମର୍ପିତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ। ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜର ଐତିହାସିକ ମହତ୍ଵକୁ ମନେ ରଖି ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ ରସ୍ ଦ୍ଵୀପପୁଞ୍ଜକୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ଵୀପ ନାମରେ ନାମିତ କରାଯାଇଥିଲା। ନୀଲ୍ ଦ୍ଵୀପ ଏବଂ ହାଭଲକ୍ ଦ୍ଵୀପକୁ ମଧ୍ୟ ସହୀଦ ଦ୍ଵୀପ ଏବଂ ସ୍ଵରାଜ ଦ୍ଵୀପ ନାମରେ ନାମିତ କରାଯାଇଥିଲା । ଏହି ଆବେଗ ସହିତ ଆଗକୁ ବଢିବା ପରେ ବର୍ତ୍ତମାନ ଦ୍ଵୀପ ପୁଞ୍ଜର ନାମକରଣ ହୋଇନଥିବା ୨୧ ବୃହତ୍ତମ ଦ୍ଵୀପକୁ ୨୧ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସର୍ବ ବୃହତ ନାମବିହୀନ ଦ୍ଵୀପ ପ୍ରଥମ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ, ଦ୍ଵିତୀୟ ବୃହତ୍ତମ ନାମବିହୀନ ଦ୍ଵୀପ ଦ୍ଵିତୀୟ ପରମ ବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ନାମିତ ହେବ। ଏହି ପଦକ୍ଷେପ ଆମ ବୀରମାନଙ୍କ ପାଇଁ ଏକ ଅନନ୍ତ ଶ୍ରଦ୍ଧାଞ୍ଜଳି ହେବ, ସେମାନଙ୍କ ମଧ୍ୟରୁ ଅନେକ ଦେଶର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଚରମ ବଳିଦାନ ଦେଇଥିଲେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |