ପରଲୋକରେ ଅଭିନେତା ରମେଶ ଦେଓ

ନୂଆଦିଲ୍ଲୀ, ୦୩/୦୨: ଅଭିନେତା ରମେଶ ଦେଓଙ୍କ ପରଲୋକ|ବର୍ଷୀୟାନ ଅଭିନେତା ରମେଶ ଦେଓଙ୍କର ବୁଧବାର ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ମୁମ୍ବାଇର ଏକ ହସ୍ପିଟାଲରେ ଦେଓ ଶେଷନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ଅଭିନୟ ଦେଓ କହିଛନ୍ତି । ଅଭିନେତା ଦେଓ ଅନେକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୬୨ରେ ଚଳଚ୍ଚିତ୍ର ‘ଆରତୀ’ରେ ଖଳନାୟକ ଭୂମିକାରେ ଅଭିନୟ କରି କ୍ୟାରିୟର୍‌ ଆରମ୍ଭ କରିଥିଲେ । ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ରାଜେଶ ଖନ୍ନା, ଶତ୍ରୁଘ୍ନ ସିହ୍ନା ଓ ହେମା ମାଳିନୀଙ୍କ ସହ ସେ ଅନେକ ହିନ୍ଦୀ ଫିଲ୍ମରେ କାର୍ଯ୍ୟ କରିଛନ୍ତି । ‘ଆନନ୍ଦ’, ‘ଆପ୍‌କି କସମ୍‌’, ‘ମେରେ ଅପ୍‌ନେ’ ଓ ‘ଡ୍ରିମ୍‌ ଗର୍ଲ’ ଭଳି ଲୋକପ୍ରିୟ ଫିଲ୍ମରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ରମେଶ ଦେଓଙ୍କର ପତ୍ନୀ ସୀମା ଦେଓ, ଅଭିନେତା ପୁତ୍ର ଅଜିଙ୍କ୍ୟ ଓ ଅଭିନୟ ଦେଓ ଅଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: