ପରଲୋକରେ ଅଭିନେତା ସମୀର ଖଖର୍‌

ମୁମ୍ବାଇ,୧୫।୩ : ପରଲୋକରେ ଅଭିନେତା ସମୀର ଖଖର୍‌ |ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରେ ଖୋପଡ଼ି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସମୀର ଖଖର୍‌ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି ସକାଳୁ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ବୋରିୱଲି ସ୍ଥିତ ଏମ୍‌ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ତାଙ୍କର ଏକାଧିକ ଅଙ୍ଗ ନିଷ୍କ୍ରିୟ ହୋଇଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୪.୩୦ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।ସମୀର ଅନେକ ମଞ୍ଚ, ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଥିଲେ। ତେବେ ଗତ କିଛି ବର୍ଷ ହେବ ସେ ଅଭିନୟରୁ ଦୂରେଇ ରହିଥିଲେ। ‘ହସି ତୋ ଫଶି’, ‘ଜୟ ହୋ’, ‘ପଟେଲ କି ପଞ୍ଜାବୀ ଶାଦୀ’ ଆଦି ଚଳଚ୍ଚିତ୍ରରେ ସମୀର ଅଭିନୟ କରିଥିଲେ। ‘ସଞ୍ଜିବନୀ’ ନାମକ ଟିଭି ଶୋ’ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ସର୍କସ୍‌’, ‘ନୟା ନୁକ୍କଡ୍‌’, ‘ଶ୍ରୀମାନ୍ ଶ୍ରୀମତୀ’, ‘ମଣିରଞ୍ଜନ’ ଏବଂ ‘ଅଦାଲତ’ ଭଳି ଲୋକପ୍ରିୟ ଟିଭି ଧାରାବାହିକରେ ଅଭିନୟ କରିଥିଲେ ସମୀର। ଅନେକ ୱେବ୍‌ ସିରିଜ୍‌ରେ ମଧ୍ୟ ସେ ଅଭିନୟ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: