ପରଲୋକରେ ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂଙ୍କ

ନୂଆଦିଲ୍ଲୀ,୩୧/୦୩:   ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନର ନେତା କିରୋଡି ସିଂହ ବୈନସଲାଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ସେ ଗୁର୍ଜର ଆନ୍ଦୋଳନର ବଡ଼ ନେତା ଥିଲେ। । ପରେ ସେ ବିଜେପିରେ ସାମିଲ ହୋଇଥିଲେ । ବୈନସଲା ଭାରତୀୟ ସେନାରେ କର୍ଣ୍ଣଲ ମଧ୍ୟ ଥିଲେ । ତାଙ୍କ ନେତୃତ୍ୱରେ ୨୦୦୭ରେ ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୁର୍ଜରଙ୍କୁ ସଂରକ୍ଷଣ  ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା । ସେ ଗୁର୍ଜର  ସଂରକ୍ଷଣ ସଙ୍ଘର୍ଷ କମିଟିର ମୁଖ୍ୟ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: