ପରଲୋକରେ ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ

ନବରଙ୍ଗପୁର ,୨୧ା୩ :ପରଲୋକରେ ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ  । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାର ପୂର୍ବତନ ବିଧାୟିକା ଭଗବତୀ ପୂଜାରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।  କୋଡିଙ୍ଗା ନିକଟସ୍ଥ ଦୁଗୁଲାହାଣ୍ଡି ସ୍ଥିତ ବାସଭବନରେ   ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୧ବର୍ଷ ହୋଇଥିଲା।କୋଡିଙ୍ଗା ସ୍ଥିତ ବାସଭବନରେ ଶ୍ରୀମତୀ ପୂଜାରୀ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।  ଶ୍ରୀମତୀ ପୂଜାରୀ ଜଣେ ଆଦିବାସୀ ନେତ୍ରୀ ଭାବେ ବେଶ୍ ଜଣାଶୁଣା ଥିଲେ । ସେ ୧୯୮୫ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଧାୟିକା ଭାବେ ଜିତିଥିଲେ । ଶାଳ ମଞ୍ଜିକୁ ସରକାର କ୍ରୟ କରିବା ନିୟମ ବିଧାନସଭାରେ ପାରିତ କରାଇବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୮୫ ମସିହା ବିଧାନସଭା ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଭଗବତୀ। କଂଗ୍ରେସ ବିଧାୟିକା ଭାବେ ୧୯୯୦ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ଜଙ୍ଗଲ, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟା ଭାବେ ତାଙ୍କୁ ତତ୍କାଳୀନ ଉପବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟ ମନୋନୀତ କରିଥିଲେ। ଶାଳ ମଞ୍ଜିକୁ ସରକାର କିଣିବା ନିୟମକୁ ବିଧାନସଭାରେ ପାରିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ, ସ୍ୱାସ୍ଥ୍ୟଗତ କାରଣରୁ ବହୁ ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ। ଶ୍ରୀମତୀ ପୂଜାରୀଙ୍କ ମୃତ୍ୟୁ ରାଜ୍ୟ ରାଜନୀତି ଜଗତ ପାଇଁ ଏକ ଦୁଃଖଦ ଖବର । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବ୍ୟତୀତ ବନ୍ଧୁ ପରିଜନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!