ରାଉରକେଲା ଇସ୍ପାତ କାରଖାନାକୁ ଗ୍ରୀନଟେକ୍ ପୁରସ୍କାର

ରାଉରକେଲା: ୪/୧୦ (ଫିରୋଜ କୁମାର ବେହେରା): ଷ୍ଟିଲ ଅଥରିଟ ଅଫ୍ ଇଣ୍ଡିଆ ଲିମିଟେଡ ଦ୍ୱାରା ପରିଚାଳିତ ରାଉରକେଲା ଇସ୍ପାତ କାରଖାନା ଶିକ୍ଷାର ପ୍ରୋତ୍ସାହନରେ ଉଲ୍ଲେଖନୀୟ ସଫଳତା ପାଇଁ ଗ୍ରୀନଟେକ୍ ଫାଉଣ୍ଡେସନ୍ ତରଫରୁ ସମ୍ମାନଜନକ ସିଏସଆର ପୁରସ୍କାର ଲାଭ କରିଛି। ଗତ ଅକ୍ଟୋବର ୧ ତାରିଖରେ ଅନଲାଇନରେ ଆୟୋଜିତ ହୋଇଥିବା ‘ସପ୍ତମ ବାର୍ଷିକ ସିଏସ୍ଆର୍ ଭାରତ ସମ୍ମିଳନୀ- ୨୦୨୦’ ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଆରଏସପି ଦୀପିକା ଇସ୍ପାତ ଶିକ୍ଷା ସଦନ ସ୍ଥାପନା କରିଛି ଯେଉଁଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ଏହି ଦେୟମୁକ୍ତ ବିଦ୍ୟାଳୟ ସହରର ଅଗ୍ରଣୀ ଜନହିତୈଷୀ ପ୍ରତିଷ୍ଠାନ ଦୀପିକା ମହିଳା ସଂଘତି ଦ୍ୱାରା ପରିଚାଳିତ ଅଟେ । ଉକ୍ତ ବିଦ୍ୟାଳୟରେ ବସ୍ତିର ପିଲାମାନଙ୍କର ଶିକ୍ଷାକୁ ଗୁରୁତ୍ବ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଏବଂ ମାଗଣା ପୁସ୍ତକ, ପୋଷାକ ସାମଗ୍ରୀ ତଥା ଗୁଣାତ୍ମକ ଶିକ୍ଷାଦାନ ଇତ୍ୟାଦି ସୁବିଧା ଯୋଗାଇଦେବା ଦ୍ଵାରା ବିଦ୍ୟାଳୟର ପିଲାମାନଙ୍କର ପ୍ରାୟ ଶୂନ୍ୟ ଡ୍ରପଆଉଟ୍ ହାର ରହିଛି। ବିଦ୍ୟାଳୟରେ ଅଧ୍ୟୟନ ପରିବେଶ ଏବଂ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ପ୍ରତିବର୍ଷ ନୂତନ ସୁବିଧାମାନ ଉପଲବ୍ଧ କରାଯାଉଛି । ବିଦ୍ୟାଳୟର ଅନ୍ୟ ଏକ ଉଲ୍ଲେଖନୀୟ ଉପଲବ୍ଧି ହେଉଛି କ୍ରମାଗତ ଛାତ୍ରୀମାନଙ୍କ ସଂଖ୍ୟାରେ ବୃଦ୍ଧି ଯାହାକି ବର୍ତ୍ତମାନ ବିଦ୍ୟାଳୟ କ୍ଷମତାର ୫୫% ରହିଛି । ଏହା ବସ୍ତିମାନଙ୍କରେ ମହିଳାଙ୍କ ଶିକ୍ଷାର ଧାରାରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିଛି, ଯେଉଁଠାରେ ପାରମ୍ପାରିକ ଭାବରେ ଝିଅମାନେ ଅଳ୍ପ ବୟସରୁ ଅଣକୁଶଳୀ କାର୍ଯ୍ୟ‌ କରିଥାନ୍ତି । ୨୦୧୬ରେ ପ୍ରଥମ ବ୍ୟାଚ ବିଦ୍ୟାର୍ଥୀମାନେ ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାଠାରୁ ଆରମ୍ଭ କରି ଅଦ୍ୟାବଧି ପ୍ରତିବର୍ଷ ବିଦ୍ୟାଳୟ ୧୦୦% ପାସ୍ ହାର ହାସଲ କରିଆସୁଛି । ଶିକ୍ଷାର ପ୍ରସାର ନିମନ୍ତେ ଆରଏସପିର ଅନ୍ୟ ଏକ ପ୍ରମୁଖ ପ୍ରୟାସ ହେଉଛି ଅକ୍ଷୟ ପାତ୍ର ପ୍ରକଳ୍ପ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: