ନୂଆଦିଲ୍ଲୀ, ୧୪।୩: ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ ଘଟିଛି। ମଙ୍ଗଳବାର ଏକ ଘରୋଇ ଡାକ୍ତରଖାନାରେ ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବେଦ ପ୍ରତାପଙ୍କ ପିଏ ମୋହନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସକାଳ ପ୍ରାୟ ୯ଟା ସମୟରେ ବାଥରୁମରେ ଖସି ପଡିଥିଲେ। ଏହାପରେ ତାଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଦ ପ୍ରତାପ ହିନ୍ଦୀ ଭାଷାର ଜଣେ ଜଣାଶୁଣା ସାମ୍ବାଦିକ ଥିଲେ। ସେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆର ହିନ୍ଦୀ ନ୍ୟୁଜ ଏଜେନ୍ସି ‘ଭାଷା’ର ପ୍ରତିଷ୍ଠା କରିଥିଲେ ଏବଂ ଏହାର ପ୍ରଥମ ସମ୍ପାଦକ ମଧ୍ୟ ଥିଲେ।ଏହାପୂର୍ବରୁ ସେ ନବଭାରତ ଟାଇମ୍ସରେ ସମ୍ପାଦକ ମଧ୍ୟ ଥିଲେ। ବର୍ତ୍ତମାନ ସେ ଭାରତୀୟ ଭାଷା ସମ୍ମେଳନର ଚେୟାରମ୍ୟାନ ଭାବରେ କାମ କରୁଥିଲେ। ବେଦ ପ୍ରତାପ ୩୦ ଡିସେମ୍ବର ୧୯୪୪ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |