ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK

କୋଲକାତା ୦୧।୦୬: ସଙ୍ଗୀତ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବଲିଉଡ୍ ପ୍ରସିଦ୍ଧ ସିଙ୍ଗର କେକେ ଓରଫ କ୍ରୃଷ୍ଣ କୁମାର କୁନ୍ନଥଙ୍କର ଦେହାନ୍ତ ହୋଇଛି । କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ହିନ୍ଦି , ତେଲୁଗୁ, କନ୍ନଡ, ତାମିଲ, ବେଙ୍ଗଲି , ଗୁଜୁରାଟି , ମରାଠୀ ଆଦି ବିଭିନ୍ନ ଭାଷାରେ ସେ ଶତାଧିକ ଗୀତ ଗାଇଛନ୍ତି। କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ  ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବଲିଉଡର ଏହି ଲୋକ ପ୍ରିୟ କଣ୍ଠଶିଳ୍ପୀ କେକେଙ୍କର ନିଧନରେ ସବୁଠି ଶୋକର ଛାୟା ଖେଳିଯାଇଛି । କେକେଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: