ପରଲୋକରେ ଭାରତର ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର

ନୂଆଦିଲ୍ଲୀ ୨୮/୭ : ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ । ସେ ୮୮ ବର୍ଷ ବୟସରେ ଦୁନିଆରୁ ନେଇଛନ୍ତି ବିଦାୟ । ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ନନ୍ଦୁ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ୧୯୫୬ ମସିହାରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ପରେ କ୍ରୀଡ଼ା ଜଗତରେ ଶୋକର ଲହରୀ ଖେଳିଯାଇଛି । ନନ୍ଦୁ ନାଟେକର ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହା ବ୍ୟତୀତ ସେ ୬ ଥର ଜାତୀୟ ଚାମ୍ପିୟନଶିପ ଟାଇଟଲ ଜିତିଥିଲେ । ତାଙ୍କୁ ୧୯୬୧ମସିହାରେ ଅର୍ଜୁନ ପୁରସ୍କାର ପାଇଥିଲେ । ସେ ଏହି ପୁରସ୍କାର ଗ୍ରହଣ କରିଥିବା ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ନନ୍ଦୁ ପ୍ରଥମ କ୍ରିକେଟର ହେବାକୁ ଚାହୁଁଥିଲେ । ଏଥିପାଇଁ ସେ କ୍ରିକେଟ୍ ମଧ୍ୟ ଖେଳିଥିଲେ । କିନ୍ତୁ ତାଙ୍କ ମନ କ୍ରିକେଟ୍ ରେ ନଥିଲା । ଏହା ପରେ ନନ୍ଦୁ ବ୍ୟାଡମିଣ୍ଟନ ପ୍ରତି ଧ୍ୟାନ ଦେଇଥିଲେ । ଏହା ପରେ ସେ ବ୍ୟାଡମିଣ୍ଟନରେ ଏକ ନୂତନ ସ୍ଥାନ ହାସଲ କରିଥିଲେ । ସେ ୧୯୫୩ ମସିହାରେ ୨୦ ବର୍ଷ ବୟସରେ ଭାରତ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ତାଙ୍କ ବ୍ୟାଡମିଣ୍ଟନ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ । ସେ ୧୯୫୪ ମସିହାରେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ଏହା ପରେ ସେ ଆଉ ଏହି ପ୍ରତିଯୋଗିତାରେ ଭାଗ ନେଇନଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: