ପରିବେଶର ସୁରକ୍ଷା ହିଁ ଧରିତ୍ରୀ ମା’ର ସୁରକ୍ଷା

ବ୍ରହ୍ମପୁର,୨୨/୪(ମନୋଜ କୁମାର ପାତ୍ର): ପାରମ୍ପରିକ ଚାଷ, ଏବଂ ସର୍ବୋପରି ପରିବେଶକୁ ସୁରକ୍ଷା କରାଯାଇ ପାରିଲେ ତାହା ହିଁ ଧରିତ୍ରୀ ମା’ର ସୁରକ୍ଷା ବୋଲି ଆଜି ବିଶ୍ଵ ଧରିତ୍ରୀ ଦିବସ ପାଳନ ଅବସରରେ ବିଭିନ୍ନ ବକ୍ତା ମତପୋଷଣ କରିଛନ୍ତି । ଲୋକଶକ୍ତି ଅଭିଯାନ ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ଏବଂ ଋଷିକୂଲ୍ୟା ଭୟତ ମହାସଭା ତରଫରୁ ସିଦ୍ଧେଶ୍ଵର ଗଣିଆନାଳ ଛକରୁ ପରିବେଶ ସୁରକ୍ଷା ଓ ଦେଶୀଚାଷ ପ୍ରଶିକ୍ଷଣ କେନ୍ଦ୍ରଠାରେ ବିଶ୍ବ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ତଥା ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଶ୍ଳେଶ୍ଵର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ନିର୍ମାଣ ଟ୍ରଷ୍ଟର ସଭାପତି ପ୍ରଫୁଲ୍ଲ ସାମନ୍ତରା ସ୍ଵାଗତ ଭାଷଣ ଅବସରରେ ବିଶ୍ୱରେ ସମ୍ପ୍ରତି ଧରିତ୍ରୀ କିପରି ଅସହାୟ ଭାବେ କ୍ଷତାକ୍ତ ଓ କ୍ରନ୍ଦନରତା ହୋଇଛି, ତାହା ବିଷଦ ଭାବେ ବ୍ୟକ୍ତ କରିଥିଲେ । ପରିବେଶକୁ ସୁରକ୍ଷା ଏବଂ ରାସାୟନିକ ସାର ବ୍ୟବହାରକୁ ବର୍ଜ୍ୟ କରି ପାରମ୍ପରିକ ଚାଷକୁ ପୁଣିଥରେ ଆପଣେଇବାକୁ ସେ ଗୁରୁତ୍ବ ପ୍ରଦାନ କରିଥିଲେ । ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ତରଫରୁ ପ୍ରଥମ କବିଲାୟ ପରିବେଶ ସୁରକ୍ଷା ସମ୍ମାନ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ୍ସ ସଭାପତି ସୁଧୀର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ନିଜ ଅଭିଭାଷଣରେ ଶ୍ରୀ ରାଉତ ନିଜ ନିଜ ମାନସିକତାରେ ପରିବର୍ତନ ଅଣାଇ ଯେକୌଣସି ସ୍ତରରେ ପରିବେଶର ସୁରକ୍ଷା କରିବାକୁ ଆଗଭର ହେବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ମଧ୍ୟମ ଓ କ୍ଷୁଦ୍ର ସମ୍ବାଦପତ୍ର ସମ୍ପାଦକ ସଂଘର ରାଜ୍ୟ ସଭାପତି ରବି ରଥ, ଋଷିକୂଲ୍ୟା ଜୟତ ମହାସଭାର ସମ୍ପାଦକ ସୀମା”ଚନ ନାହାକ, ଲୋକଶକ୍ତି ନିର୍ମାଣ ଟ୍ରଷ୍ଟର ସମ୍ପାଦିକା ଡଃ ଉଷାରାଣୀ ଆଚାର୍ଯ୍ୟ,ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡ଼ଙ୍ଗା,ସ୍ନାନୀୟ ଅଂଚଳର ସମାଜସେବୀ ବୃନ୍ଦାବନ ଖଟେଇ, ବାମପନ୍ଥୀ ନେତା ଶଙ୍କର ସାହୁ, ପରିବେଶପ୍ରେମୀ ଲୋକନାଥ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ଉପସ୍ଥିତ ଚାଷୀମାନେ ୨୧ ପ୍ରକାର ଦେଶୀବିହନ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଚାଷୀ ବିହନ ଅଦଳ ବଦଳ କରି ପାରମ୍ପରିକ ଓ ଦେଶୀ ଆପଣେଇବାର ସଂକଳ୍ପ ଗ୍ରହଣ କରିଥିଲେ । ବର୍ଷିଆନ୍ ଚାଷୀ ବିଳୟ ସ୍ବାଇଁଙ୍କ ଦ୍ବାରା ପ୍ରଥମେ ଆଜିର ଦିବସର ମହତ୍ବ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଚାଷୀ ଗୀତ ଗାନରେ ସଭାକାର୍ଯ୍ୟ ଉଦ୍‌ଘାଟିତ ହୋଇଥିଲା । ଡଃ ଉଷାରାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!