ପରୀକ୍ଷା ବାତିଲ ହେବାରୁ ଟ୍ରେନ ଜାଳିଦେଲେ ଆନ୍ଦୋଳନରତ ପରୀକ୍ଷାର୍ଥୀ

ପାଟନା,୨୭/୦୧: ଏନଟିପିସି ବର୍ଗ ପାଇଁ ରେଳ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଥିବା ପରୀକ୍ଷାରେ ଅସଙ୍ଗତି ଅଭିଯୋଗରେ ବିହାରରେ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଶାନ୍ତି ତୀବ୍ର ହୋଇଛି। ଅଶାନ୍ତିର ତୃତୀୟ ଦିନ ପାଳନ କରି ବୁଧବାର ଦୁଇଟି ଷ୍ଟେସନରେ ଟ୍ରେନରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅସନ୍ତୁଷ୍ଟ ଚାକିରି ଆଶାୟୀ ଗୋଷ୍ଠୀ। ବିହାରରେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏନଟିପିସି ଓ ଗ୍ରୁପ୍ ଡି ସିବିଟି ୧ ପରୀକ୍ଷାରେ ଘୋଟାଲା ଅଭିଯୋଗ କରି ପରୀକ୍ଷାର୍ଥୀଙ୍କ ବିରୋଧ ଜାରି ରହିଛି ।  ରେଳ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଥିବା ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଚାକିରି ଆଶାୟୀ ଗୋଷ୍ଠୀ ବୁଧବାର ଗୟା ଜଙ୍କସନ ଉପରେ ଆକ୍ରମଣ କରି ସ୍ଲୋଗାନ ଦେଇଥିଲେ ଏବଂ ଭଭୁଆ-ପାଟନା ଇଣ୍ଟର ସିଟି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ। ଯଦିଓ ଏହି ଘଟଣାରେ କେହି ଆହତ ହୋଇ ନଥିଲେ, ତେବେ ବହୁ ମୂଲ୍ୟବାନ ସଂପତ୍ତି ନିଆଁରେ ପୋଡ଼ି ଯାଇଥିଲା। ପୂର୍ବ କେନ୍ଦ୍ରୀୟ ରେଳବାଇ ସିପିଆରଓ ରାଜେଶ କୁମାର ଗଣମାଧ୍ୟମକୁ କହିଛନ୍ତି, ଦୁର୍ବୃତ୍ତମାନେ କୋଚରେ ନିଆଁ ଲଗାଇବା ସମୟରେ ରେକ୍‌ ଖାଲି ଥିଲା ଏବଂ ଷ୍ଟେସନ ୟାର୍ଡ ଭିତରେ ପାର୍କିଂ କରାଯାଇଥିଲା। ତେବେ, ଏହି ଘଟଣା ପରେ ରେଳ ଯାତାୟାତରେ କୌଣସି ପ୍ରକାରର ବାଧା ସୃଷ୍ଟି ହୋଇିନାହିଁ। ଗୟା ଏସଏସପି ଆଦିତ୍ୟ କୁମାର କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ଥିବା କିଛି ଆନ୍ଦୋଳନକାରୀଙ୍କୁ ହେପାଜତକୁ ନିଆଯାଇଛି। ଆମେ ଗୟା ଜଙ୍କସନର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛୁ। କିଛି ବିକ୍ଷୋଭକାରୀଙ୍କୁ ହେପାଜତକୁ ନିଆଯାଇଛି । ଅଗ୍ନିକାଣ୍ଡରେ ସଂପୃକ୍ତ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁମାର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: