ପଳାଶୁଣି ଛକରୁ ଲିଙ୍ଗିପୁର ଛକ ହେବ ଆଲୋକୀକରଣ

ଭୁବନେଶ୍ୱର,୩ ।୨ : କଟକ -ପୁରୀ ବାଇପାସ୍ ରାସ୍ତାରୁ ହଟିଲା ଅନ୍ଧାର । ପଳାଶୁଣି ଛକରୁ ଲିଙ୍ଗିପୁର ଛକ ଯାଏ ୧୨ କିମି ରାସ୍ତାରୁ ଅନ୍ଧାର ହଟିଛି । ଏହି ଆଲୋକୀକରଣ ବ୍ୟବସ୍ଥାର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ କିମି ରାସ୍ତାର ୩୮୭ଟି ବତିଖୁଣ୍ଟରେ ୭୭୪ଟି ଏଲଇଡି ଷ୍ଟ୍ରିଟ ଲାଇଟ୍ ଲାଗିଛି । ଏହା ସହିତ ୩ଟି ପ୍ରମୁଖ ଛକରେ ହାଇମାଷ୍ଟ ଆଲୋକୀକରଣ ବ୍ୟବସ୍ଥା ହୋଇଛି । ହାଇଟେକ, କେଶୁରା, ସାଇ ମନ୍ଦିର ଓ ଲିଙ୍ଗିପୁର ଛକରେ ହାଇମାଷ୍ଟ ଲାଇଟ ଲାଗିଛି । ୭ ଟ୍ରାନ୍ସଫର୍ମର ବିଶିଷ୍ଟ ପ୍ରକଳ୍ପରେ ମୋଟ୍ ୨.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଲୋକୀକରଣ ବ୍ୟବସ୍ଥା ଦ୍ଵାରା ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ୱର ବାସିନ୍ଦା ଉପକୃତ ହେବେ । ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନ୍ସଫର୍ମର ବ୍ୟବସ୍ଥା କରାଯାଇଛି । ୨୦୧୭ ମସିହାରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: