ପଳାଶୁଣି ସିଜିଜ ଦୁର୍ଘଟଣା ମାମଲା, ଡ୍ରାଇଭର ଗିରଫ

ଭୁବନେଶ୍ୱର ୦୭।୦୪ : ଭୁବନେଶ୍ୱର ପଳାଶୁଣୀ ଛକରେ ହାଇୱା ଧକ୍କାରେ କାର ଚାଲକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ହାଇୱା ଡ୍ରାଇଭର ଗିରଫ ହୋଇଛି । ଗିରଫ ଅଭିଯୁକ୍ତ   ହେଲେ ସୌଭାଗ୍ୟ ରଞ୍ଜନ ପାତ୍ର । ଆଜି ସକାଳେ କମିଶନରେଟ ପୋଲିସ ତାକୁ ବେଗୁନିଆରୁ ଗିରଫ କରିଛି । ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।  ଫେରାର ହାଇୱା ଡ୍ରାଇଭରକୁ ପୋଲିସ୍‌ ଖୋର୍ଦ୍ଧା ନିକଟବର୍ତ୍ତୀ ବୋଗୋଡ଼ା ଗାଁରୁ ଗିରଫ କରିଛି । ଦ୍ରୁତ ଗତିରେ ଅସାବଧାନ ହୋଇ ଗାଡ଼ି ଚଳାଇବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅପରପକ୍ଷରେ ଯାଞ୍ଚରୁ ଦୁର୍ଘଟଣା ଘଟାଇଥିବା ହାଇୱାର କାଗଜପତ୍ର ଠିକ୍‌ ନଥିବା ଜଣାପଡିଛି ।ଉକ୍ତ ଦିନ ହାଇୱାରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମାଲ୍‌ ବୋଝେଇ ହୋଇଥିଲା । ତେବେ ଦୁର୍ଘଟଣାସ୍ଥଳରେ ଗଡାଣି ରହିଥିଲା, ସେଥିପାଇଁ ସ୍ପିଡକୁ ନିୟନ୍ତ୍ରଣ କରିପାରିନଥିଲି । ଯାହା ଫଳରେ ବ୍ରେକ ମାରିବା ପରେ ବି ଗାଡି ଅଟକାଇନଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ ଡ୍ରାଇଭର । ସୂଚନା ଅନୁସାରେ ଗତ ସୋମବାର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ପଛରୁ ଏକ ହାଇୱା ଦୃତ ଗତିରେ ଆସି ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ୨ ଟିହାଇୱା ମଝିରେ ଚାପି ହୋଇଯାଇଥିଲା । ଏଥିରେ ଥିବା ଧର୍ମଶାଳାରେ ଏସଡିଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାସହ ହାଇୱା ଅନ୍ୟ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ସମ୍ପୃକ୍ତ କାର ଆଉ ଏକ ବାଇକ୍‌ ସହ ପିଟି ହୋଇଯାଇଥିଲା । ଏହି ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: