ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଗିରଫ

କୋଲକାତା ୧୧/ ୦୬: ପଶ୍ଚିମବଙ୍ଗରେ ଗିରଫ ହେଲେ ରାଜ୍ୟ ବିଜେପି ମୁଖ୍ୟ ସୁକନ୍ତା ମଜୁମଦାର। ସେ ହାଉଡ଼ାକୁ ଯାଉଥିବା ବେଳେ ରାସ୍ତାରେ ପୁଲିସ ତାଙ୍କୁ ଅଟକାଇଛି। ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନକୁ ହାଉଡ଼ାରେ ବର୍ତ୍ତମାନ ବିକ୍ଷୋଭରେ କେନ୍ଦ୍ରସ୍ଥଳ ପାଲଟିଛି।ପୁଣି ପଶ୍ଚିମବଙ୍ଗରେ ଲାଗିଛି ବିଜେପିକୁ ଜବରଦସ୍ତ ଝଟକା । ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ହାୱରା ହିଂସା ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ତେବେ ହାୱରା ଯାଉଥିବା ବେଳେ ସୁକାନ୍ତଙ୍କୁ ପୋଲିସ ହିଂସାସ୍ଥଳକୁ ଯିବାକୁ ନେଇ ଆଇନଗତ ଦୃଷ୍ଟିରୁ ବାରଣ କରିଥିଲା । ଏଥିସହ ସୁକାନ୍ତଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିଲା ।ତେବେ ବିଜେପି ମୁଖ୍ୟ ସୁକାନ୍ତଙ୍କ ଗିରଫଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କିଛି ରାଜନୈତି ଦଳ ସର୍ବଦା ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ହିଂସାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗରେ ଏଭଳି ଦଳର ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ଏକାଧକ ଥର ଦିଦି-ଜଗଦୀପଙ୍କ ମଧ୍ୟରେ ଅହି ନକୁଳ ଲଢ଼େଇ ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: