ପଶ୍ଚିମବଙ୍ଗ ଯାଉଥିଲା ବସ୍, ଭଦ୍ରକ ବନ୍ତ ଛକରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ଭଦ୍ରକ, ୨୦/୫ :  ବସ୍ ଭିତରେ ଜୀବନ ହାରିଲେ ପ୍ରବାସୀ । ଭୟରେ ଓହ୍ଲାଇ ଚାଲିଗଲେ ଅନ୍ୟ ପ୍ରବାସୀ । ଏପରି ଏକ ଘଟଣା ଘଟିଛି ଭଦ୍ରକ ବନ୍ତ ଛକ ନିକଟରେ । ସୂଚନା ଅନୁସାରେ,  ଏକ ବସ୍ କୋଏମ୍ବାଟୁରରୁ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା  । ଏଥିରେ ଥିବା ଜଣେ ପ୍ରବାସୀ ବସ୍ ଭିତରେ ହିଁ ପ୍ରାଣ ହରାଇଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ପରେ ବସରୁ ଓହ୍ଲାଇ ଅନ୍ୟ ପ୍ରବାସୀମାନେ ପଳାଇଛନ୍ତି ।  ବସଟି ବନ୍ତ ଛକ ନିକଟରେ ହିଁ ଅଟକି ରହିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: