ଭୁବନେଶ୍ୱର,୨୮।୩: ପଶ୍ଚିମା-ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଯାହା ଫଳରେ ଗାଡ଼ି ଚଳାଚଳରେ ବାଧାସୃଷ୍ଟି ହୋଇଛି। ବିଶେଷ କରି ଜରୁରୀ କାମରେ ସକାଳୁ ସକଳୁ ବାହାରି ଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଗକୁ କିଛି ଦିଶୁ ନଥିବାରୁ ଗାଡ଼ ଚଲାଇବା ମଧ୍ୟ କଷ୍ଟକର ହୋଇପଡୁଛି। ରାସ୍ତାରେ ଗାଡି ମୋଟର ଲାଇଟ୍ ଲଗାଇ ଯାତୟାତ କରୁଛନ୍ତି। ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ଼ ପବନ ଲାଗି ରହିଛି। ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛ। ଏହାର ପ୍ରଭାବରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ସେହିପରି ୩୧ରେ ଆଉ ଏକପଶ୍ଚିମା-ଝଡ଼ ଆସୁଥିବାରୁ ଏହା ପ୍ରଭାବରେ ୩୧ମାର୍ଚ୍ଚରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧାରଣ ବର୍ଷା ହେବାର ସମ୍ଭାବନା ଅଛି। ସେହିଭଳି କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳରେ ଭାରିବର୍ଷାର ( ୭ ରୁ ୧୧ ସେମି) ସମ୍ଭାବନା ରହିଛି। ସେହିପରି ଉତ୍ତରଉପକୂଳ ଓଡ଼ିଶାର ୬ ଜିଲ୍ଲା ସମେତ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ବୌଦ୍ଧ ଜିଲ୍ଲାରେ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ହେବାର ସମ୍ଭାବନା ରହିଛି|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |