ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୪ା୩ ;ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ୫ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଝାଡଖଣ୍ଡ ରୁ ନେଇ ତେଲେଙ୍ଗାନା ଆଉ ଛତିଶଗଡର ମଧ୍ୟ ଦେଇ ଏକ ନିମ୍ନ ଚାପ ରେଖା ବାୟୁମଣ୍ଡଳରେ ୦.୯ କିଲୋମିଟର ପର୍ଯ୍ୟନ୍ତ ସକ୍ରିୟ ରହିଛି । ପଶ୍ଚିମା ଝଡ ସହ ଜଡିତ ନିମ୍ନ  ଚାପରେଖା , ପୂର୍ବରୁ ବଙ୍ଗୋପସାଗରରୁ ଅ|ସୁଥିବା ଜଳୀୟବାଷ୍ପପୁର୍ଣ୍ଣ ଆଦ୍ର ବାୟୁ ସହ ପରସ୍ପର ପ୍ରତିକ୍ରିୟା ଯୋଗୁ  ଆଜିଠାରୁ ୫ ଦିନ ଯାଏ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ ଭାବେ ୧୬ ତାରିଖରୁ ୧୮ ତାରିଖ ଯାଏଁ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ଝଡ ବର୍ଷାର ସମ୍ଭାବନା ରହିଥିବା ବେଳେ  ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୟଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର କଳାହାଣ୍ଡି ନୂଆପଡ଼ା ସୁନ୍ଦରଗଡ କେଡୁଝର ମୟୁରଭଞ୍ଜ ବାଲେଶ୍ୱର ଓ ଅନୁଗୁଳ । ଆସନ୍ତାକାଲି ୧୧ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ୧୪ ଓ ୧୫ ହାଲୁକା ବର୍ଷା । ୧୬ରୁ ବଢ଼ିବ ବର୍ଷାର ବିସ୍ତୃତି । ୧୮ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ । ୧୬ ରୁ ୧୮ ଯାଏଁ ୩୦ ଜିଲ୍ଲାକୁ ୟେଲୋ ୱାର୍ଣିଂ । ୧୬ ରୁ ୧୮ ତାରିଖରେ ବିଜୁଳି ଘଡଘଡି ସହ ପବନ ବର୍ଷା ନେଇ ଆଲର୍ଟ କରିଛି  ପାଣିପାଗ ବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!