ପାକିସ୍ତାନର କରାଚୀରେ ବିସ୍ଫୋରଣ,ଜଣେ ମୃତ, ୧୩ ଆହତ

ନୂଆଦିଲ୍ଲୀ ୧୩|୦୫: ପାକିସ୍ତାନର କରାଚୀରେ ଗୁରୁବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି । ଏହି ଆତ୍ମଘାତୀ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣରେ ଆହତ ୧୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିନ୍ତି ବିସ୍ଫୋରଣ ଭୟଙ୍କର ଥିବାରୁ ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।  ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ପାର୍କିଂ ହୋଇଥିବା ଗାଡିଗୁଡିକ ନଷ୍ଟ ହୋଇଯାଇଥିଲା ଏବଂ ସବୁଆଡେ ଆତଙ୍କ ଖେଳିଯାଇଥିଲା । ପୋଲିସର ସୂଚନାନୁସାରେ, ଏହି ବିସ୍ଫୋରଣ ଏକ ଡଷ୍ଟବିନରେ ଘଟିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ନିକଟରେ ଥିବା ଏକ ସିସିଟିଭି ଫୁଟେଜରେ ଏହି ବିସ୍ଫୋରଣ ଦେଖିବାକୁ ମିଳିଛି । ଏଥିରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡୁଥିବା ଦେଖିବାକୁ ମିଳୁଛି ।ଡିଆଇଜି ଦକ୍ଷିଣ ଶାର୍ଜିଲ ଖରାଲଙ୍କ ଅନୁଯାୟୀ, ବିସ୍ଫୋରଣ ସମୟରେ ଅନେକ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିକଟସ୍ଥ କୋଠାର ଝରକାର କାଚ ମଧ୍ୟ ଭାଙ୍ଗି ଯାଇଥିଲା । କରାଚି ଆଡମିନିଷ୍ଟ୍ରେଟର ମୁର୍ତଜା ୱାହବ ଆହତମାନଙ୍କୁ ଭେଟିବା ପାଇଁ ଜିନ୍ନା ହସ୍ପିଟାଲରେ ପହଞ୍ଚି ସ୍ଥିତି ପରଖି ଛନ୍ତି । ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସେ ଡାକ୍ତରଖାନା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କରାଚିର ସମସ୍ତ ସରକାରୀ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଡାକ୍ତରଖାନାକୁ ଅଣାଯାଇଥିବା ବ୍ୟକ୍ତିମାନେ ବଲ୍ ବିୟରିଂ ହେତୁ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇଜଣ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଉମର ସିଦ୍ଦିକି, ଯିଏ ଜିନ୍ନା ହସ୍ପିଟାଲରେ ଟ୍ରେନିଂ ଅପରେସନ୍ ଥିଏଟର ଟେକ୍ନିସିଆନ ଭାବରେ କାର୍ଯ୍ୟ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: