ପାକିସ୍ତାନ ଜେଲ୍‌ରୁ ଭାରତ ଫେରିଲେ ହସିନା

ଭୁବନେଶ୍ୱର,୨୭।୧: ୧୮ବର୍ଷ ପରେ ପାକିସ୍ତାନରୁ ଭାରତ ଫେରିଲେ ହସିନା ବେଗମ। ମହାରାଷ୍ଟ୍ର ଓରଙ୍ଗବାଦର ୬୫ ବର୍ଷୀୟ ହସିନା ୨୦୦୨ରେ ସମ୍ପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ତେବେ ଲାହୋରରେ ପାସପୋର୍ଟ ହଜିଯିବାରୁ ସେ ଆଉ ଭାରତ ଫେରିପାରିନଥିଲେ। ପାକିସ୍ତାନରେ ଅବୈଧ ପ୍ରବେଶ ଅଭିଯୋଗରେ ତାଙ୍କୁ ବନ୍ଦୀ କରିଥିଲେ ପାକ୍ ସରକାର। ଭାରତ ଫେରିବା ନେଇ ହସିନା, ପାକିସ୍ତାନ ସରକାର ଏବଂ କୋର୍ଟଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ। ତେବେ ପ୍ରମାଣ ନଥିବାରୁ ହସିନାଙ୍କୁ ପାକ୍ ଜେଲରେ ୧୮ ବର୍ଷ ରହିବାକୁ ପଡିଥିଲା। ଏହା ଭିତରେ ଔରଙ୍ଗବାଦ ପୋଲିସ ହସିନାଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାକିସ୍ତାନ ସରକାରଙ୍କୁ ଦେଇଥିଲେ ଏବଂ ଏହା ଉପରେ ଅନୁଧ୍ୟାନ କରିବା ପରେ ହସିନାଙ୍କୁ ଭାରତ ପଠାଯାଇଥିଲା। ଭାରତ ଫେରିବା ପରେ ହସିନା କହିଛନ୍ତି, ତାଙ୍କୁ ସ୍ୱର୍ଗରେ ଥିବା ଭଳି ଅନୁଭବ ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: