ପାକିସ୍ତାନ ବିପକ୍ଷରେ ଭାରତ ୮ ୱିକେଟ୍‌ରେ ବିଜୟୀ,ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ

ବର୍ମିଂହାମ,୩୧/୭: ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ର ନିଜର ଦ୍ଵିତୀୟ ମୁକାବିଲାରେ   ପାକିସ୍ତାନକୁ ପରାସ୍ତ କରିଛି ଭାରତ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନ୍ତର୍ଗତ ଖେଳାଯାଉଥିବା ମହିଳା କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ଭାରତ ବୃହତ୍ତ ବିଜୟ ହାସଲ କରିଛି। ବର୍ମିଂହାମରେ ପାକିସ୍ତାନକୁ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ୧୧.୪ ଓଭରରେ ୨ଟି ୱିକେଟ ହରାଇ ଭାରତ ୧୦୨ ରନ୍‌ ସଂଗ୍ରହ କରିଛି। ବର୍ଷା ବାଧିତ ମ୍ୟାଚକୁ ଉଭୟ ପାର୍ଶ୍ବରୁ ୧୮ ଓଭର ଲେଖାଏଁ କରିଦିଆଯାଇଥିଲା। ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୯ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।  ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ବର୍ଷା ବାଧକ ୧୮ ଓଭରିଆ ବିଶିଷ୍ଟ ମ୍ୟାଚ୍‌ରେ ୯୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ମୁନୀବ ଅଲୀ ସର୍ବାଧିକ ୩୦ ରନ କରିଥିଲେ। ଜବାବରେ ଭାରତ ୧୧.୪ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସ୍ମୃତି ମନ୍ଧାନା ୪୨ ବଲ୍‌ରୁ ୮ ଚୌକା ଏବଂ ୩ ଛକା ବଳରେ ୬୩ ରନର ବିସ୍ଫୋରକ ଇନିଂସ ଖେଳି ଭାରତକୁ ବିଜୟ ଦେଇଛନ୍ତି। ସେଫାଳି ବର୍ମା ୧୬ ରନ କରିଥିବା ବେଳେ ସାଭିନେନି ମେଘନା ୧୪ ରନ କରିଥିଲେ। ଜେମିମା ରଡ୍ରିଗସ୍ ୨ ରନ କରି ଅପରାଜିତ ଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: