ଯାଜପୁର, ୦୩/୦୬ : ପାଟ୍ରୋଲିଂ କରୁଥିବା ବେଳେ ସବ୍-ଇନସ୍ପେକ୍ଟରଙ୍କ ଉପରେ ମାଡ଼ିଗଲା ହାଇୱା ଗାଡି। ପାଟ୍ରୋଲିଂ କରୁଥିବା ସମୟରେ ସବ୍ ଇନ୍ସପେକ୍ଟର ସୁଜିତ କୁମାର ପାଣ୍ଡବ(୪୦)ଙ୍କ ଉପରେ ଏକ ହାଇୱା ମାଡ଼ିଯାଇଥିବାର ଖବର ମିଳିଛି। କାର୍ଯ୍ୟରତ ଥିବା ସମୟରେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ସୁଜିତ କୁମାର ପାଣ୍ଡବ ନିଜ ଡିଉଟି କରୁଥିବା ସମୟରେ ନଳାଙ୍ଗଠାରେ ତାଙ୍କ ଉପରେ ଯାଇଥିଲା ହାଇୱା ଗାଡ଼ି। ଡାକ୍ତରଖାନା ନେବା ବାଟରେ ସୁଜିତଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ସବ୍-ଇନସ୍ପେକ୍ଟର ସୁଜିତି କୁମାର ପାଣ୍ଡବ ପାଟ୍ରୋଲିଂ କରୁଥିବା ବେଳେ ନଳାଙ୍ଗ ଠାରେ ଏକ ହାଇୱା ଗାଡି ତାଙ୍କ ଉପରେ ଚଢିଯାଇଛି। ସୁଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ କଟକ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ବାଟରେ ସୁଜିତଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗାଡିକୁ ଜବତ କରି ଡ୍ରାଇଭର୍କୁ ଅଟକ ରଖିଛି ପୋଲିସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |