ପ୍ରଶାସନର ପ୍ରତିଶୃତି ପରେ ଧାରଣାରୁ ଓହରିଲେ ସାହି ବାସିନ୍ଦା
ମୁନିଗୁଡା,୧୦/୧୧(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପାତ୍ରଗୁଡା ଗ୍ରାମପଞ୍ଚାୟତର ହରିଜନ ସାହିରେ ପାନୀୟଜଳ ଯୋଗାଣ ହେଉନଥିବା ନେଇ ସାହିବାସିନ୍ଦା ସୋମବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଘଟଣାରେ ପ୍ରଶାସନିକ ଅଧିକାରୀ ମାନେ ଗ୍ରାମରେ ପହଞ୍ଚି ପ୍ରତିଶୃତି ଦେବା ପରେ ହରିଜନ ସାହିବାସିନ୍ଦା ମାନେ ଧାରଣାରୁ ଓହରିଥିବା ଜଣାପଡିଛି l ମୁନିଗୁଡା ବ୍ଲକ ଆକାଉଣ୍ଟ ଅଫିସର ବିଜୟ କୁମାର ବେବର୍ତ୍ତା, ପାନୀୟଜଳ ଯୋଗାଣ ବିଭାଗର କନିଷ୍ଟ ଯନ୍ତ୍ରୀ ଜୟରାମ ନାହାକ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣୀ ଅଧିକାରୀ ନାରାୟଣ ବେହେରା ସରପଞ୍ଚ ମିନାକ୍ଷୀ କାଡ୍ରାକା, ପଞ୍ଚାୟତର ପିଇଓ ଶଶୀଭୂଷଣ ରତ୍ନାଲୁ, ଗ୍ରାମ ରୋଜଗାର ସେବକ ଗଣେଶ ପୂଜାରୀ ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ଧାରଣାରେ ବସିଥିବା ହରିଜନ ସାହି ବାସିନ୍ଦା ମାନଙ୍କୁ ବୁଝା ସୁଝା କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ l ସାହି ବାସିନ୍ଦା ମାନେ ସାହିରେ ପାନୀୟଜଳ ଯୋଗାଣ ପାଇଁ ଏକ ନୂତନ ନଳକୂପ ଖୋଳାଯାଇ ଓ ସୋଲାର ପାନୀୟଜଳ ପ୍ରକଳ୍ପ ପାଇଁ ସାହିର ପ୍ରଦୀପ ହିଆଲ, ୱାର୍ଡ ମେମ୍ବର ଲଳିତା ହିଆଲ, କାଳିମତି କୁସୁଲିଆ, ମାଣିକ ଟାକ୍ରି, ପବିତ୍ର ବାଗ, ଗୁରସ୍ତି ନାଗ, ଅସ୍ମିତା ହିଆଲ, ତିଲଇ ହିଆଲ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଦାବି କରିଥିଲେ l ଏନେଇ ପଞ୍ଚାୟତର ଆଡିସନାଲ ଆକ୍ସନ ପ୍ଲାନରେ ସାହିରେ ନଳକୂପ ଖୋଳା ଯାଇ ଓ ସୋଲାର ପ୍ରକଳ୍ପ ଲଗାଯିବାକୁ ପ୍ରତିଶୃତି ଦେବା ପରେ ସାହିବାସିନ୍ଦା ମାନେ ଧାରଣାରୁ ଓହରି ଥିବା ଜଣାପଡିଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |