ମୁନିଗୁଡା,୯/୧୧ (ନନ୍ଦ କିଶୋର ପଟ୍ଟନାୟକ):ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହା ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଯାହାକୁ ନେଇ ଏବେ ଲୋକେଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ଆଜି ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଏପରି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ପାତ୍ରଗୁଡା ଗ୍ରାମ ଠାରେ । ପାତ୍ରଗୁଡା ଗ୍ରାମବାସୀଙ୍କ ପାଇଁ ଭୁରୁସିଖୁମା ଠାରେ ତିଆରି ହୋଇଛି ପାନୀୟଜଳ ପ୍ରକଳ୍ପ ଯେଉଁଥିରେ ଓଭରହେଡ଼ ଟାଙ୍କି ଅଛି କିନ୍ତୁ ହରିଜନ ସାହିବାସିନ୍ଦା ପାନୀୟଜଳରୁ ବଞ୍ଚିତ ହେଉଥିବାରୁ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ତେବେ ଗତ ୬ ବର୍ଷ ହେବ ହରିଜନ ସାହିରେ ଠିକ ଭାବେ ପାଣି ଆସୁନି ଏଥିସହ ଦୁଇଟି ଟ୍ୟୁବ୍ୱେଲ ଅଛି ତାହାବି ଖରାପ ହୋଇରହିଛି ଯେଉଁ ପାଣି ଆସୁଛି ତାହାବି ମାଟିଆ ବା ଗୁଳିଆ ପାଣି ଆସୁଛି ଲୋକେ ଛାଣିକି ପିଉଛନ୍ତି ଏବଂ ରୋଗାକ୍ରାନ୍ତ ହେଉଥିବା ଦେଖା ଦେଉଛି । ଉତ୍ତମ ପାନୀୟଜଳ ଯୋଗାଣ ପାଇଁ ପଞ୍ଚାୟତ ତରଫରୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି କିନ୍ତୁ କୌଣସି ସୁଫଳ ହୋଇନାହିଁ କି ପାଣି ମଧ୍ୟ ସାହିକୁ ଏପର୍ଯ୍ୟନ୍ତ ଆସିନି ହରିଜନ ସାହିବାସିନ୍ଦାଙ୍କୁ ପାନୀୟଜଳ ଯୋଗାଣ ହେବା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରିରହିବା ଏବଂ ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ ତେବେ ଆମେ ରାଜ ରାସ୍ତାକୁ ଓଲ୍ହାଇବୁ ବୋଲି ଗ୍ରାମର ୱାର୍ଡମେମ୍ବର ଲଳିତା ହିଆଲ,ଗ୍ରାମବାସୀ ପ୍ରଦୀପ ହିଆଲ,କାଳିମତି କୁସୁଲିଆ, ମାଣିକ ଟାକ୍ରି, ପବିତ୍ର ବାଗ, ଗୁରସ୍ତି ନାଗ, ଅସ୍ମିତା ହିଆଲ, ତିଲଇ ହିଆଲ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଚେତାବନୀ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |