ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କୁ କୃତଜ୍ଞତା
ରାଜକନିକା,୭/୩(ଓଡିଆନ ମିଡିଆ):ରାଜ୍ୟ କ୍ୟାବିନେଟ୍ରେ ଆଳି ନିର୍ବାଚନ ମଣ୍ଡଳୀର ଆଳି ଏବଂ ରାଜକନିକା ବ୍ଲକ୍ର ସମସ୍ତ ପଂଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ବୃହତ୍ତ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁର ମିଳିବା ପରେ ରାଜକନିକା ବ୍ଲକ୍ରେ ବିଜୁ ଜନତା ଦଳର କର୍ମୀ ଏବଂ ନେତାମାନେ ଖୁସି ମନାଇ ଉତ୍ସବ ପାଳନ କରିଛନ୍ତି । ଆଳି ଏବଂ ରାଜକନିକା ବ୍ଲକ୍ର ୬୦ଟି ଗ୍ରାମ ପଂଚାୟତର ୨୬୭ଟି ଗ୍ରାମର ୨,୬୩,୩୮୬ ଜନସାଧାରଣଙ୍କ ପାଇଁ ୨୬୮.୧୧ କୋଟି ଟଙ୍କାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍କୁ ମଞ୍ଜୁର କରାଯାଇଛି । ଏହି ଖବର ଜାଣିବା ପରେ ବାଣ ଫୁଟାଇ, ବାଜା ବଜାଇ, ମିଠା ବାଂଟି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟ କାରରେ ପ୍ରକମ୍ପିତ ହୋଇଉଠିଥିଲା ରାଜକନିକା ସଦର । ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଳିର ବିଧାୟକ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜକନିକା ପଂଚାୟତ ସମିତିର ଜନପ୍ରତିନିଧି, ବହୁ ମହିଳା ସଂଗଠନ ଏବଂ ସ୍ୱୟଂ ସହାୟକ ମହିଳାନେତ୍ରୀମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜକନିକା ବ୍ଲକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପଂଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ, ଉପାଧ୍ୟକ୍ଷ ବିଶ୍ୱନାଥ ନାୟକ, ଜିଲାପରିଷଦ ସଭ୍ୟା କଳ୍ପନା ମହାପାତ୍ର, ବିଜେଡ଼ି ମହିଳା ସଭାନେତ୍ରୀ ସଞ୍ଜୁକ୍ତା ଶତପଥୀ, ଜାଗୁଳାଇପଡ଼ା ସରପଂଚ ବର୍ଷାରାଣୀ ନାୟକ, ରାଜକନିକା ବ୍ଲକ୍ ମିଶନ ଶକ୍ତିର ସଂପାଦିକା ଅନ୍ନପୂର୍ଣ୍ଣା ବେହୁରିଆ, ଓଳାଭର ଗ୍ରାମ ପଂଚାୟତର ମିଶନ ଶକ୍ତିର ସଂପାଦିକା ସସ୍ମିତା ଦାସ, ଲକ୍ଷ୍ମୀପ୍ର୍ରିୟା ବେହେରା, ମୀନତି ନାୟକ, ରୀତାଞ୍ଜଳି ନାୟକ, ବାସନ୍ତି ନାୟକ, ଲୋଚନା ରାଉତ, ମାନସୀ ବେହେରା ଏବଂ ଅନିତା ନାଥ ପ୍ରମୁଖ ମହିଳାନେତ୍ରୀମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ, ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଜିଲାପରିଷଦ ସଭ୍ୟ ଜଗନ୍ନାଥ ରାଉତରାୟ, ବରୁଣା ସରପଂଚ ଉତ୍ତମ ସେନାପତି, ପାରିନୂଆପଡ଼ା ସରପଂଚ ପବିତ୍ର ରାଉତ, ଅରୁଣ ରାଉତ, ବସନ୍ତ ନାୟକ, ମାନସ ନାୟକ, ତରାସ ସରପଂଚ ବସୁଦେବ ବିଶ୍ୱାଳ, ହରିଶ ମହାପାତ୍ର ଏବଂ କପିଳ ଚରଣ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶଥାଉକି ଦୀର୍ଘଦିନ ଧରି ଆଳି ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ଦାବି କରିଥିଲେ । ଏଦିଗରେ ବିଧାୟକ ପ୍ରଚେଷ୍ଠା ଜାରି ରଖିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |